ଭୁବନେଶ୍ବର: ନୂଆ ରୂପରେ ବିଧାନସଭା । ଏଣିକି ବିଧାନସଭାର ସବୁକାର୍ଯ୍ୟ ଅନଲାଇନରେ ହେବ । ହିମାଚଳ ପ୍ରଦେଶ ପରେ ଓଡିଶା ଦ୍ଵିତୀୟ ରାଜ୍ୟ ଭାବରେ ପୂରା ବିଧାନସଭାର ଡିଜିଟାଇଜେସନ କରାଯାଇଛି । ଏଣିକି ସମସ୍ତ କାର୍ଯ୍ୟକ୍ରମ ଓ ତଥ୍ୟ ପ୍ରଦାନ ଅନଲାଇନରେ ହେବା ସହ ଆଉ କାଗଜ କଲମରେ ହେବ ନାହିଁ । ଏନେଇ କର୍ମଚାରୀମାନଙ୍କୁ ଦିଆଯାଇଛି ଟ୍ରେନିଂ ।
ଶୁକ୍ରବାର ସେଥିପାଇଁ ବିଧାନସଭାରେ ଆରମ୍ଭ ହୋଇଛି ଇ-ବିଧାନସଭା ତାଲିମ । ପ୍ରଥମ ପର୍ଯ୍ୟାୟରେ ବିଧାନସଭାର କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏପ୍ରିଲ ମାସରେ ବିଧାୟକମାନଙ୍କୁ ଟ୍ରେନିଂ ଦିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସାଧରଣ ପ୍ରଶାସନ, ପ୍ରଶାସନିକ, ଆକାଉଣ୍ଟ ବିଭାଗର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି । ପ୍ରତିଦିନ ତିନୋଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏନଆଇସି ଓ ଓକାକର ଏକ୍ସପର୍ଟମାନେ ତାଲିମ ଦେଉଛନ୍ତି ବୋଲି କହିଛନ୍ତି ବାଚସ୍ପତି ।