ଭୁବନେଶ୍ବର: ଆସନ୍ତା ଶୀତ ଅଧିବେଶନରୁ ଇ-ବିଧାନସଭା । ଯେଉଁଥିରେ ରହିଛି ଅତ୍ୟାଧୁନିକ ସେବା । ସମଗ୍ର ବିଧାନସଭାକୁ ୱlଇ ଫାଇ କରାଯାଇଛି । ଫୋନରେ କଥା ହେବା ପାଇଁ ବିଶ୍ବକୁ ନେଟୱର୍କରେ ଯୋଡ଼ା ଯାଇଛି । ବିଧାନସଭାର ସବୁ କାର୍ଯ୍ୟ ଅନ ଲାଇନରେ କରାଯିବ । ମନ୍ତ୍ରୀଙ୍କୁ ଆଉ ନଥିପତ୍ର ଖୋଜିବାକୁ ପଡିବ ନାହିଁ । ଏଣିକି ଗୋଟିଏ କ୍ଲିକରେ ମିଳିବ ସମସ୍ତ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେହିପରି 383 ବିଧାନସଭା କର୍ମଚାରୀଙ୍କୁ କମ୍ପ୍ୟୁଟର ଯୋଗାଇ ଦିଆଯାଇଛି l ସମସ୍ତେ ଫାଇଲ କାମ ଏବେ କମ୍ପ୍ୟୁଟରରେ କରାଯିବ l ବିଧାନସଭା ଭିତରେ ଦୁଇଟି ଭିଡିଓ କନଫରେନସିଂ ହଲ କରାଯାଇଛି l ଗୋଟିଏ ବିଧାୟକମାନଙ୍କ ପାଇଁ ରଖା ଯାଇଛି l ସମସ୍ତ ବିଧାୟକଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ଼ ଯୋଗାଇ ଦିଆଯାଇଛି l