ଭୁବନେଶ୍ବର: ପୁଣିଥରେ ବିବାଦା ଘେରରେ ହାସ୍ୟ ଅଭିନେତା ପପୁ ପମ୍ପମ୍ । ତାଙ୍କର ଆଗାମୀ ଓଡିଆ ଚଳଚିତ୍ର ‘Mr. କହ୍ନେୟା’ର ପୋଷ୍ଟରକୁ ସୋସିଆଲ ମିଡିଆରେ କଡା ସମାଲୋଚନା କରାଯାଉଛି । ତେବେ ଓଡିଆ ଧାବିକା ଦୂତି ଚାନ୍ଦ ମଧ୍ୟ ଏହି ପୋଷ୍ଟରକୁ କାଡା ସମାଲୋଚନା କରିଛନ୍ତି । ଏହାକୁ ବିରୋଧ କରି ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିବା ସହିତ ଭିଡିଓ ମେସେଜ ମାଧ୍ୟମରେ ଏହାକୁ ନିନ୍ଦା କରିଛନ୍ତି ।
ତେବେ ‘Mr. କହ୍ନେୟା’ର ପୋଷ୍ଟରରେ ମହିଳାମାନଙ୍କୁ ଅପମାନିତ କରାଯାଇଥିବାରୁ ପପୁ ଓ ପ୍ରଯୋଜକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଆସନ୍ତା ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଏହି ଚଳଚିତ୍ର ରିଲିଜ ପୂର୍ବରୁ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।