ଓଡିଶା

odisha

ETV Bharat / city

ରାଜଧାନୀରେ ସ୍ବଚ୍ଛତାକୁ ନେଇ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଅନୁଷ୍ଠିତ - ଭୁବନେଶ୍ବର ଖବର

ଲୋକଙ୍କୁ 'ସ୍ବଚ୍ଛ ଭାରତ' ଅଭିଯାନରେ ସାମିଲ କରାଇବା ଉଦ୍ଦେଶ୍ୟରେ ମାରୱାଡି ଯୁବାମଞ୍ଚ ଅନୁଷ୍ଠାନ ପକ୍ଷରୁ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟରେ ପାଖାପାଖି 30 ହଜାର ଡ଼ଷ୍ଟବିନ ବଣ୍ଟନ କରାଯିବ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

By

Published : Oct 2, 2019, 12:37 AM IST

ଭୁବନେଶ୍ବର: ଅନେକ ସମୟରେ ଗାଡି ଚାଳକମାନେ ବିସ୍କୁଟ ଜରି, କଦଳୀ ଚୋପା, ଚୁଇଙ୍ଗମ ଭଳି ଅଳିଆ ଅବର୍ଜନା ରାସ୍ତା ପିଙ୍ଗି ଦିଅନ୍ତି । ଯଦ୍ବାରା ଅନ୍ୟ ପଥଚାରୀମାନେ ଏନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଏଥିସହିତ ପରିବେଶ ମଧ୍ୟ ଅପରିଷ୍କାର ହୋଇଥାଏ । ଏହି କ୍ରମରେ ଲୋକଙ୍କୁ 'ସ୍ବଚ୍ଛ ଭାରତ' ଅଭିଯାନରେ ସାମିଲ କରାଇବା ଉଦ୍ଦେଶ୍ୟରେ ମଙ୍ଗଳବାର ମାରୱାଡି ଯୁବାମଞ୍ଚ ଅନୁଷ୍ଠାନ ପକ୍ଷରୁ 'ଡଷ୍ଟବିନ ବଣ୍ଟନ' କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର ଏଜି ଛକ ଠାରୁ ଟ୍ରାଫିକ ଏସିପି କିଶୋର କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କ୍ରମରେ ସାରା ରାଜ୍ୟରେ ପାଖାପାଖି 30 ହଜାର ଡ଼ଷ୍ଟବିନ ବଣ୍ଟନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ମୁନା ଲାଲ ଅଗ୍ରୱାଲ କହିଛନ୍ତି । ଆୟୋଜିତ ଡଷ୍ଟବିନ ବଣ୍ଟ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରମାଶଙ୍କର ରୁଙ୍ଗଟା, ଭାଗ୍ୟଶ୍ରୀ ଅଗ୍ରୱାଲ, ଅରୁଣ ଅଗ୍ରୱାଲ, ଆଶିଷ ରାମ ପ୍ରମୁଖ ଉପସ୍ଥିତ ଥିଲେ । ଲୋକମାନଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ପରିବେଶ ସୁରକ୍ଷାରେ ନିୟୋଜିତ ହେବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details