ଭୁବନେଶ୍ବର: ଶରତର ଆଗମନରେ ଧରାପୃଷ୍ଟ ଉତ୍ସବ ମୁଖର । ଚତୁର୍ଦ୍ଦିଗରେ ବାଜିଳାଣି ବାଜା । ଚାରିଆଡେ କାଶତଣ୍ଡି ଫୁଲର ସମ୍ଭାର । ସତରେ ସେ ସ୍ବାଗତ କରୁଛନ୍ତି ସ୍ବର୍ଗରେ ଥିବା ଦେବତା ଗଣଙ୍କୁ । ଆଉ କିଛି ଦିନ ଅନ୍ତରାଳେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଜଗତ ଜନନୀ ଦୁର୍ଗା । ମା’ଙ୍କ ଭବ୍ୟ ପୂଜାପାଇଁ ଧରାପୃଷ୍ଠରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଉପଲକ୍ଷେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡମରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
ତେବେ ଦୀର୍ଘ 13 ବର୍ଷ ଧରି ରାଜଧାନୀର ଜନତା ମୈଦାନରେ ଶାରଦୀୟ ଦୁର୍ଗାପୂଜା ସହ ଦାଣ୍ଡିଆ ମହୋତ୍ସବ ଆୟୋଜନ କରୁଥିବା ଓଡିଶୀ ଇଣ୍ଟରନ୍ୟାସନାଲ ସେଣ୍ଟର ଚଳିତ ବର୍ଷ ମଧ୍ୟ କିଛି ନୂତନ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଚଳିତ ବର୍ଷ ଉତ୍ସବ ଜନତା ମୈଦାନ ପରିବର୍ତ୍ତେ କଳିଙ୍ଗ ଷ୍ଟାଡିୟମ ନିକଟ ଲକ୍ଷ୍ମୀ ମଣ୍ଡପରେ ଆୟୋଜନ ହେବ ପୂଜା ।