ଭୁବନେଶ୍ବର: ଦୁର୍ଗାପୂଜାର କୋଳାହଳ ପରେ ଧରାପୃଷ୍ଠରୁ ବିଦାୟ ନେଲେ ମା ଜଗତଜନନୀ ଦୁର୍ଗା । ଅଶ୍ରୁଳ ବିଦାୟ ଦେଲେ ଶ୍ରଦ୍ଧାଳୁ, ଭକ୍ତ ଏବଂ ଆୟୋଜକ । ଦୀର୍ଘ ଦିନର ପାର୍ବଣ ପରିବେଶର ଆଜି ପଡିଛି ପୂର୍ଣ୍ଣଛେଦ । ଭକ୍ତ ବି ଝୁରୁଛି ମା'କୁ, ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ସେହି କ୍ରମରେ ବୁଧବାର ଭୁବନେଶ୍ବର ଉପକଣ୍ଠ ଦୟା ନଦୀ କୂଳରେ ମା ଦୁର୍ଗାଙ୍କ ଭସାଣୀ ହେଉଛି ।
ଭୁବନେଶ୍ବର କଟକ ରୋଡ ବ୍ୟବସାୟୀ ସଂଘ ଦୁର୍ଗା ମେଢ, ପୁରୁଣା ଷ୍ଟେସନ ବଜାର ମେଢ, ତ୍ରିନାଥ ବ୍ୟବସାୟୀ ସଂଘ ମେଢ କ୍ୟାପିଟାଲ ହାଟ, ଭୀମଟାଙ୍ଗି ଦୁର୍ଗାପୂଜା ମେଢ, ସାମନ୍ତରାପୁର ଦୁର୍ଗା ମେଢ, ବରଗଡ, ରବି ଟକିଜ, ଓଲଡ଼୍ଟାଉନ, କପିଳପ୍ରସଦ ସୁନ୍ଦର ପଦା, ଦୁର୍ଗାପୂଜା ମେଢ ଧଉଳି ଥାନା ଅଧିନରେ ଦୟା ନଦୀରେ ବିଏମସି ପକ୍ଷରୁ ତିଆରି ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ ହେଉଛି ।