ଓଡିଶା

odisha

ETV Bharat / city

କୋରୋନା ଲଢ଼େଇ: କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ଅବଧି ବୃଦ୍ଧି - କୋଭିସିଲ୍ଡ ଭ୍ୟାକ୍ସିନ ଅବଧି ବୃଦ୍ଧି

କୋଭିସିଲଡ ଟିକାର ଦ୍ବିତୀୟ ଡୋଜର ଅବଧି ବୃଦ୍ଧି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । 12ରୁ 16 ସପ୍ତାହ ମଧ୍ୟରେ କୋଭିସିଲ୍ଡ ଦ୍ବିତୀୟ ଡୋଜ ଟିକା ନେବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଅଧିକ ପଢ଼ନ୍ତୁ...

କୋରୋନା ଲଢ଼େଇ: କୋଭିଡିସିଲଡ ଟିକାର ଦ୍ୱିତୀୟ ଡୋଜର ଅବଧି ବୃଦ୍ଧି
କୋରୋନା ଲଢ଼େଇ: କୋଭିଡିସିଲଡ ଟିକାର ଦ୍ୱିତୀୟ ଡୋଜର ଅବଧି ବୃଦ୍ଧି

By

Published : May 19, 2021, 7:32 AM IST

ଭୁବନେଶ୍ବର: କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜର ଅବଧି ବୃଦ୍ଧି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । 12ରୁ 16 ସପ୍ତାହ ମଧ୍ୟରେ କୋଭିସିଲଡର ଦ୍ବିତୀୟ ଡୋଜ ଟିକା ନେବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ଏନେଇ ସମସ୍ତ ଜିଲ୍ଲାପାଳ ମ୍ୟୁନିସିପାଲଟିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ନିର୍ଦ୍ଦେଶ ଦିଆଯାଇଛି।

କୋରୋନା ଲଢ଼େଇ: କୋଭିଡିସିଲଡ ଟିକାର ଦ୍ୱିତୀୟ ଡୋଜର ଅବଧି ବୃଦ୍ଧି

କୋଭିଡ ମହାମାରୀ ସମୟରେ ଟିକାକରଣକୁ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷପ ନେଉଛନ୍ତି। ଏଥିପାଇଁ ଅଧିକରୁ ଅଧିକ ଲୋକଙ୍କୁ ଟୀକାକରଣ କରାଯାଉଛି । କିନ୍ତୁ ରାଜ୍ୟରେ କୋଭିସିଲ୍ଡ ଟୀକାକରଣକୁ ନେଇ କିଛିଟା ପରିବର୍ତ୍ତନ ହୋଇଛି। ଦ୍ବିତୀୟ ଡୋଜ ନେଉଥିବା ବ୍ୟକ୍ତିଙ୍କ ପାଇଁ ଟିକା ନେବାର ଅବଧିକୁ ବୃଦ୍ଧି କରାଯାଇଛି । ପ୍ରଥମ ଡୋଜ ନେବାର 12ରୁ 16 ସପ୍ତାହ ମଧ୍ୟରେ କୋଭିସିଲଡର ଦ୍ବିତୀୟ ଡୋଜ ନେଇପାରିବେ।

ଏହାକୁ ନେଇ ରାଜ୍ୟ ଅତିରିକ୍ତ ଶାସନ ସଚିବ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲଟି ଓ କମିଶନରଙ୍କୁ ଚିଠି ଲେଖିଛନ୍ତି । ଯଦି କୋଭିସିଲ୍ଡ ଟିକାର ଦ୍ବିତୀୟ ଡୋଜ ପାଇଁ ଅନଳାଇନରେ ସ୍ଲଟ ବୁକ୍ ହୋଇସାରିଛି। ସେହି ସମୟରେ କେବଳ ପଞ୍ଜିକୃତ ହିତାଧିକାରୀଙ୍କୁ ଟୀକାକରଣ କରିବାକୁ ଅନୁମତି ଦିଆଯିବ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details