ଭୁବନେଶ୍ବର: ରାଜ୍ୟ ଗଣଶିକ୍ଷା ବିଭାଗ ତରଫରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଏଣିକି ସମସ୍ତ ବିଦ୍ୟାଳୟରେ ନକଲ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ମିଳିପାରିବ। ଏନେଇ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ରାଜ୍ୟରେ ଏଭଳି କୌଣସି ବ୍ୟବସ୍ଥା ନଥିଲା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଛାତ୍ରୀଛାତ୍ରୀ ।
ଯେଉଁ ଛାତ୍ରଛାତ୍ରୀଙ୍କ କୌଣସି କାରଣ ବସତଃ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ହଜି ଯାଇଥାଏ କିମ୍ବା ନଷ୍ଟ ହୋଇ ଯାଇଥାଏ ସେମାନେ ଏଣିକି ନକଲ ଲିଭିଙ୍ଗ ସାର୍ଟିଫିକେଟ ପାଇ ପାରିବେ। ଗତ ବର୍ଷ ବନ୍ୟା ଯୋଗୁଁ ବହୁ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ଫଳରେ ସେହି ଛାତ୍ରଛାତ୍ରୀମାନେ କୌଣସି ସ୍କୁଲରେ ଆଡମିଶନ କରିପାରିନଥିଲେ। ଏଭଳି ସମସ୍ୟାକୁ ଏଡ଼ାଇବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।