ଓଡିଶା

odisha

By

Published : Oct 16, 2021, 3:47 PM IST

ETV Bharat / city

ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ, ଧରାପଡିଲା ଛତିଶଗଡର ବଡ ଗ୍ୟାଙ୍ଗ

ରାଜଧାନୀରେ ନକଲି ସୁନା ବିକ୍ରି ଗ୍ୟାଙ୍ଗ । ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ। ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ୫୦ ଲକ୍ଷ ଟଙ୍କାର‌ ବିକ୍ରି ପାଇ ପ୍ଲାନ। ବଡ ଧରଣର ଗ୍ୟାଙ୍ଗ ଏଭଳି ବିକ୍ରି ପାଇଁ ପ୍ଲାନ‌ ବେଳେ ଧରିଲା ସହିଦନଗର ପୋଲିସ। ଅଧିକ ପଢନ୍ତୁ...

duplicate gold seller gang arrested in bhubaneswar
ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ, ଧରାପଡିଲା ଛତିଶଗଡର ବଡ ଧରଣର ଗ୍ୟାଙ୍ଗ

ଭୁବନେଶ୍ବର: ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ। ୫ ହଜାର ଟଙ୍କାର ଅସଲି ସୁନା ଦେଖାଇ ୫୦ ଲକ୍ଷ ଟଙ୍କାର‌ ବିକ୍ରି ପାଇ ପ୍ଲାନ। ବଡ ଧରଣର ଗ୍ୟାଙ୍ଗ ଏଭଳି ବିକ୍ରି ପାଇଁ ପ୍ଲାନ‌ ବେଳେ ଧରିଲା ସହିଦନଗର ପୋଲିସ। ଛତିଶଗଡର ଏକ ଦୁଇଜଣିଆ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ୫୦ ଲକ୍ଷରେ ବିକ୍ରି ପାଇଁ ରଖିଥିବା ନକଲି ସୁନା ଜବତ କରିବା ସହ ଏହି ଗ୍ୟାଙ୍ଗର ଲୁଟପାଟ ପର୍ଦ୍ଦାଫାସ କରିଛି ପୋଲିସ ।

ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ, ଧରାପଡିଲା ଛତିଶଗଡର ବଡ ଧରଣର ଗ୍ୟାଙ୍ଗ

ସୂଚନାଅନୁଯାୟୀ ଛତିଶଗଡର ଏହି ଦୁଇ ଜଣିଆ ଗ୍ୟାଙ୍ଗ ବିଭିନ୍ନ ବସଷ୍ଟପ ଓ ରେଳ ଷ୍ଟେସନରେ ଲୋକଙ୍କୁ ଟାର୍ଗେଟ କରୁଥିଲେ । ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ଲୋକଙ୍କ ଭରସା ଜିତୁଥିଲେ। ଏପରିକି ସୁନାର‌ ବଜାର‌ ଦାମ ଠାରୁ ଅଧା ଦରରେ ବିକ୍ରି ପାଇ ଉସୁକାଉଥିଲେ। ଲୋକଙ୍କ ସନ୍ଦେହ ହେଲେ ଅସଲି ସୁନା ଦେଖାଇ ଟେଷ୍ଟ ପାଇଁ କହୁଥିଲେ। ଏହା ପରେ ତାଙ୍କୁ ନକଲି ସୁନା ଦେଇ ଟଙ୍କା ନେଇ ଚମ୍ପଟ ମାରୁଥିଲେ। ତେବେ ଏମିତି ଢଙ୍ଗରେ ଜୟଦେବ ବିହାର ଛକରେ ଜଣେ ବ୍ୟବସାୟୀକୁ ୫୦ ଲକ୍ଷ ଟଙ୍କାର ସୁନା କହି ୧୫ ଲକ୍ଷରେ ବିକ୍ରି ପାଇ ପ୍ଲାନ କରିଥିଲେ। ଏପରିକି ସେସବୁ ନକଲି ସୁନା ଥାଇ ତାକୁ ୧୫ ଲକ୍ଷରେ ବିକିଵାକୁ ଯୋଜନା ଚଳାଇଥିଲେ।

ଏହାର ଖବର ପାଇ ସହିଦନଗର ଥାନାର ସ୍ପେଶାଲ ସ୍କ୍ବାର୍ଡ ଟିମ ପହଞ୍ଚି ଦୁଇ ଛତିଶଗଡ ବ୍ୟବସାୟୀ ଘନଶ୍ୟାମ ସୋଲାଙ୍କି ଓ ମୋହନ ସୋଲାଙ୍କିକୁ ଗିରଫ କରିଛି କମିସନରେଟ ପୋଲିସ। ତେବେ ଆଗକୁ ଧନତେରାସ ଥିବାରୁ ବଜାର ଡିମାଣ୍ଡ ଦେଖି ବିକ୍ରି ପାଇ ପ୍ଲାନ କରୁଥିଲେ। ଏଥିପାଇଁ ବିଭିନ୍ନ ଏରିଆରେ ‌ନିଜର ନେଟୱାର୍କ ବିଛାଉଥିଲେ। ଏହି ଗ୍ୟାଙ୍ଗ ଧରିବା ପରେ ନକଲି ସୁନା ସହ ମୋବାଇଲ ଓ ସାମ୍ପୁଲ ଦେଖାଉଥିବା ଅସଲି ସୁନାକୁ ମଧ୍ୟ ଜବତ କରିଛି ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details