ଭୁବନେଶ୍ବର: ଓଡିଶାରେ ପ୍ରୋଜେକ୍ଟ ଦେବା ଆଳରେ ଶିଳ୍ପପତିଙ୍କୁ ଠକେଇ ମାମଲାରେ EOW ଦ୍ବାରା ଗିରଫ ହୋଇଥିବା ମାଷ୍ଟର ମାଇଣ୍ଡ ନକଲି ନୁହେଁ ଅସଲି RAW ଅଫିସର । ଏନେଇ ଦିଲ୍ଲୀ ଦ୍ବାରକା କୋର୍ଟରେ ଗତ ୧୯ ତାରିଖରେ ଦାଖଲ କରିଥିବା ID କାର୍ଡରୁ ସ୍ପଷ୍ଟ ହୋଇଛି । ଆସନ୍ତା ୨୪ ରେ ତାଙ୍କୁ SDJM ଭୁବନେଶ୍ୱର ହାଜର ହେବାକୁ ଦିଲ୍ଲୀ ଦ୍ବାରକା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏନେଇ ହାଜର ପୂର୍ବରୁ ଓଡିଶା କ୍ରାଇମବ୍ରାଞ୍ଚ EOWର ତଦନ୍ତକାରୀ ଅଧିକାରୀଙ୍କୁ ଯୋଗାଯୋଗ କରିବା ସହ ନିଜର ସେଲ୍ ଫୋନ ଡିଟେଲ ଦେବାକୁ ସର୍ତ୍ତ ଆଧାରରେ ଗତ ୧୯ ତାରିଖରେ ଟ୍ରାନଜିଟ ବେଲ ଦେଇଥିଲେ ଦିଲ୍ଲୀ ଦ୍ବାରିକା SDM କୋର୍ଟ ।
ସୂଚନା ଅନୁସାରେ, ରାଷ୍ଟ୍ରୀୟ ଷ୍ଟେନଲେସ ଷ୍ଟିଲର ମାଲିକ ରିକାବ ଚାନ୍ଦ ଓରଫ ମୁକେଶ EOWରେ ଏକ ଠକେଇ ଅଭିଯୋଗ କରିଥିଲେ । ଅଭିଯୋଗର ତଦନ୍ତ ବେଳେ ଜଣାପଡିଥିଲା ଯେ, ରାଜେଶ ଗେହଲଟ ନାମକ ଜଣେ ଠକ ନିଜକୁ RAW ଅଫିସର କହି ଓଡି଼ଶାରେ କିଛି IASଙ୍କ ସହ ଭଲ ସମ୍ପର୍କ ଥିବା କହିଥିଲେ । ଏହାପରେ ଠକ ସୂର୍ଯ୍ୟମଣି ତ୍ରିପାଠୀଙ୍କୁ ଓଡି଼ଶାର ଜଣେ IAS (ଯିଏକି PWDର ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଛନ୍ତି) ଓ ଅନ୍ୟଜଣେ PWDର ଆସିଷ୍ଟାଣ୍ଟ ଇଞ୍ଜିନିୟର ଅମିତ କୁମାରଙ୍କ ସହ ପରିଚୟ କରାଇଥିଲେ । ତାଙ୍କୁ ଦିଲ୍ଲୀର ଓଡି଼ଶା ନିବାସରେ ପରିଚିତ କରାଇବା ସହ ପ୍ରଧାନମନ୍ତ୍ରୀ ଯୋଜନାରେ ଓଡିଶାରେ ଏକ ପ୍ରୋଜେକ୍ଟ କରାଇ ଦେବାକୁ କହିଥିଲେ ।
ପରେ ସେହି ଠକ ନକଲି IAS ସୂର୍ଯ୍ୟମଣି ତ୍ରିପାଠୀ ଓଡି଼ଶାର PWDର ମୁଖ୍ୟ ଅଫିସ ଭୁବନେଶ୍ଵର ନିର୍ମାଣ ସୌଧକୁ ଡକାଇ ଗୋଟିଏ ୩୨ କୋଟି ଟଙ୍କାର ପାଣି ପାଇପ ପ୍ରୋଜେକ୍ଟ ଓ ୪୭ କୋଟି ଟଙ୍କାର ବ୍ରିଜ ରଙ୍ଗ କାମ ଭଳି ନକଲି ପ୍ରୋଜେକ୍ଟ କାମ ଦେଇଥିଲେ । ଏହି କାମ ଓଡି଼ଶାର ୩୧୪ଟି ବ୍ଲକର ପାଣି ପାଇପ କାମ ସହ ବିଭିନ୍ନ ବ୍ରିଜରେ ରଙ୍ଗ କାମ ବୋଲି କହିଥିଲେ । ଏନେଇ ଓଡି଼ଶା ବିଧାନସଭା ଭବନ ଟ୍ରେଜେରୀରେ ଜଣେ ମହିଳାଙ୍କ ଜରିଆରେ ୨୫ ଲକ୍ଷର ପ୍ରୋଜେକ୍ଟ ଟ୍ରେଜରି ଡିପୋଜିଟ ନେଇଥିଲେ।