ଓଡିଶା

odisha

ETV Bharat / city

ବିଏମସିର ଅପରାଗତା ଯୋଗୁଁ ଘରେ ପଶିଲା ଡ୍ରେନପାଣି, ରାସ୍ତାରେ ବସ୍ତିବାସିନ୍ଦା

ଡ୍ରେନେଜ ବ୍ୟବସ୍ଥା ସୁଧାରିବା ନେଇ ବିଏମସିର ପାରିବା ପଣିଆ ସମସ୍ତଙ୍କ ସାମ୍ନାକୁ ଆସିଛି। ଡ୍ରେନପାଣି ଓଭର ଫ୍ଲୋ ହୋଇ ବସ୍ତିରେ ପଶିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ।

ପଥରବନ୍ଧ ବସ୍ତିରେ ଘରେ ପଶିଲା ଡ୍ରେନ ପାଣି
ପଥରବନ୍ଧ ବସ୍ତିରେ ଘରେ ପଶିଲା ଡ୍ରେନ ପାଣି

By

Published : Jan 14, 2021, 7:40 PM IST

ଭୁବନେଶ୍ବର: ପଦାରେ ପଡିଲା ବିଏମସିର ପାରିବାପଣିଆ। ଡ୍ରେନେଜ ବ୍ୟବସ୍ଥା ସୁଧାରିବା ନେଇ ବିଏମସିର ପାରିବାପଣିଆ ସମସ୍ତଙ୍କ ସାମ୍ନାକୁ ଆସିଛି। ଡ୍ରେନ ପାଣି ଓଭର ଫ୍ଲୋ ହୋଇ ବସ୍ତିରେ ପଶିବାରୁ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଯାହାକୁ ନେଇ ତାତିଛନ୍ତି ବସ୍ତି ବାସିନ୍ଦା ।

ପଥରବନ୍ଧ ବସ୍ତିରେ ଘରେ ପଶିଲା ଡ୍ରେନ ପାଣି

ଭୁବନେଶ୍ବରର ଭିଏସଏସ ନଗର ୧୭ ନଂ ୱାର୍ଡ ପଥରବନ୍ଧ ବସ୍ତିରେ ଘର ଭିତରେ ପଶିଲା ଡ୍ରେନ ପାଣି। ଘର ଭିତରେ 4 ନମ୍ବର ମୁଖ୍ୟ ନଳାପାଣି ପଶିବାରୁ ରାସ୍ତା ରୋକ କରିଛନ୍ତି ଭୁବନେଶ୍ବର ପଥରବନ୍ଧ ବସ୍ତିବାସିନ୍ଦା । ଏନେଇ ବିଏମସି ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ବି କରିଛନ୍ତି ।

ତେବେ ସମାଧାନର ବାଟ ନଫିଟିବାରୁ ଭିଏସଏସ୍ ନଗର ଫ୍ଲାଏ ଓଭରକୁ 4 ଘଣ୍ଟା ଧରି ଅବରୋଧ କରିଥିଲେ ବସ୍ତିବାସିନ୍ଦା । ପରେ ବିଏମସି ଉତ୍ତର ଜୋନାଲ ଡେପୁଟି କମିଶନର ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଆନ୍ଦୋଳନକାରୀ ରାସ୍ତା ଉପରୁ ହଟିଥିବା ଜଣାପଡିଛି ।

ପଥରବନ୍ଧ ବସ୍ତି ବାସିନ୍ଦାଙ୍କ ଅଭିଯୋଗ ଯେ, ତାଙ୍କ ବସ୍ତି ଦେଇ ଯାଇଥିବା 4 ନମ୍ବର ଡ୍ରେନରେ ଏକ ଲୁହା ଜାଲି ଲାଗିଛି । ତେଣୁ ଜାଲି ଯୋଗୁଁ ନଳାପାଣି ଠିକରେ ନିଷ୍କାସନ ହେଉନି । ଓଭର ଫ୍ଲୋ ହୋଇ ବସ୍ତି ଭିତରେ ପାଣି ନିୟମିତ ଭାବେ ପଶୁଛି । ତେବେ ଆଜି ବିଏମସି ପକ୍ଷରୁ ଜାଲିସଫା କରାଯାଇଛି ଏବଂ ଆଗାମୀ ଦିନମାନଙ୍କରେ ନିୟମିତ ସଫା ହେବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଆନ୍ଦୋଳନରୁ ହଟିଛନ୍ତି ବସ୍ତିବାସିନ୍ଦା।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details