ଓଡିଶା

odisha

ETV Bharat / city

ସମ୍ବଳ ଅଭାବ, ଅତିରିକ୍ତ ବଜେଟ କାଣ୍ଟଛାଣ୍ଟ କରିପାରନ୍ତି ସରକାର - govt may use additional budget

୨୦୧୯-୨୦ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଅଯଥା ଅର୍ଥ ନମାଗି ଯେଉଁ ଯୋଜନା କିମ୍ବା କାର୍ଯ୍ୟକ୍ରମ ଅର୍ଥ ଖର୍ଚ୍ଚ ହୋଇପାରୁନି ତାକୁ ଅନ୍ୟତ୍ର ଆଡ଼ଜଷ୍ଟ୍ କରିବା ପାଇଁ ଅର୍ଥ ବିଭାଗ କହିଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Sep 30, 2019, 10:22 AM IST

ଭୁବନେଶ୍ବର: ଓଡ଼ିଶାରେ ପଡିଛି କି ମାନ୍ଦାବସ୍ଥା ପ୍ରଭାବ? ଯଦିଓ ରାଜସ୍ବ ସଂଗ୍ରହ ଉପରେ ସେପରି କୌଣସି ପ୍ରଭାବ ପଡିନାହିଁ ତେବେ ସରକାର ଆଗୁଆ ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଅତିରିକ୍ତ ବଜେଟ ପ୍ରସ୍ତୁତି ବେଳେ ଅଯଥା ଅର୍ଥ ନମାଗି ଯେଉଁ ଯୋଜନା କିମ୍ବା କାର୍ଯ୍ୟକ୍ରମ ଅର୍ଥ ଖର୍ଚ୍ଚ ହୋଇପାରୁନି ତାକୁ ଅନ୍ୟତ୍ର ଆଡ଼ଜଷ୍ଟ୍ କରିବା ପାଇଁ ଅର୍ଥ ବିଭାଗ କହିଛି ।

ଯେତିକି ଅର୍ଥ ଦରକାର ସେତିକି ନିଅ, ଅଯଥା ଟଙ୍କା ନେଇ ପକାଇ ରଖନାହିଁ ବୋଲି ବିଭାଗ କହିଛି । ଯଦିଓ ପ୍ରତିବର୍ଷ ଏଭଳି ନିର୍ଦ୍ଦେଶ ଦିଆଯାଏ ତେବେ ଚଳିତ ବର୍ଷ ଏହାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଅତିରିକ୍ତ ବଜେଟ ପାଇଁ ଅକ୍ଟୋବର ୨୨ ତାରିଖ ସୁଦ୍ଧା ପଠାଇବାକୁ ଅର୍ଥ ବିଭାଗ ତାଗିଦ୍ କରିଛି । ରାଜ୍ୟ ଅର୍ଥ ସଚିବ ଏ.କେ ମୀନା ସମସ୍ତ ବିଭାଗୀୟ ସଚିବଙ୍କୁ ଚିଠି ଲେଖି ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ନିମନ୍ତେ ଚିଠା ପ୍ରସ୍ତାବ ପଠାଇବାକୁ କହିଛନ୍ତି ।

ବିତ୍ତୀୟ ନିଅଣ୍ଟ ଏବେ ମୋଟ ରାଜ୍ୟ ଜିଡିପିର ୩.୫ ପ୍ରତିଶତ ସୀମା ଛୁଇଁ ସାରିଥିବାରୁ ଅତିରିକ୍ତ ଚିଠା ବଜେଟ୍ ସମ୍ପୂର୍ଣ୍ଣ ଭାବେ ଏକ ଆଡଜଷ୍ଟ୍ ବଜେଟ୍ ହେବ । ପ୍ରଶାସନିକ ବିଭାଗ ଗୁଡ଼ିକ ଚାହିଁଲେ ଗୋଟିଏ ଯୋଜନାରୁ ଅନ୍ୟ ଯୋଜନା ପାଇଁ ଅର୍ଥ ସ୍ଥାନାନ୍ତର କରିପାରିବେ । ଯେଉଁ ଯୋଜନାରେ ଅର୍ଥ ଖର୍ଚ୍ଚ ହେଉନାହିଁ ତାକୁ ଅନ୍ୟ କୌଣସି ଯୋଜନାକୁ ସ୍ଥାନାନ୍ତର କରିବା ପାଇଁ ଅତିରିକ୍ତ ବଜେଟରେ ପ୍ରସ୍ତାବ ଦେବାକୁ ବିଭାଗ ଗୁଡ଼ିକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details