ଓଡିଶା

odisha

ETV Bharat / city

କ୍ଷମା ମାଗିଲେ ପୋଲିସ ସଙ୍ଘ ସଭାପତି, ମିଡିଆ ଉପରେ ଲଦିଲେ ଦୋଷ - ସାମ୍ବାଦିକ ସମ୍ମିଳନୀ

ପୋଲିସକୁ ସୁରକ୍ଷା ଦରକାର ବୋଲି ଦାବି କରି ଓଡିଶା ପୋଲିସ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଇବା ପରେ ଏବେ ହରଡଘଣାରେ ଡିଏସପି ସତ୍ୟଜିତମିଶ୍ର । ନିଜର ବୟାନକୁ ନେଇ ସେ ସଙ୍ଘ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି । ଯାହାକୁ ନେଇ ତାଙ୍କୁ ପୋଲିସ ମୁଖ୍ୟାଳୟରୁ ସସପେଣ୍ଡ କରାଯାଇଥିଲ ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

By

Published : Jul 31, 2019, 12:47 PM IST

ଭୁବନେଶ୍ବର: ବିବାଦୀୟ ବୟାନ ଦେଇ ଫସିଗଲେ ଡିଏସପି ବାବୁ। ପୋଲିସକୁ ସୁରକ୍ଷା ଦରକାର ବୋଲି ଦାବି କରି ଓଡିଶା ପୋଲିସ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡକାଇବା ପରେ ଏବେ ହରଡଘଣାରେ ଡିଏସପି ସତ୍ୟଜିତ ମିଶ୍ର ।

ତେବେ ସତ୍ୟଜିତ ପୋଲିସକୁ ସୁରକ୍ଷା ଦରକାର କଥା କହି ନଥିବା ସେ ପୋଲିସ ଡିଜିଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି କି ଦୁର୍ବଳ ସାମ୍ବାଦିକତା ହିଁ ମୋର ବୟାନକୁ ଏପରି ଚିତ୍ରିତ କରିଛନ୍ତି। ଏହାକୁ ନେଇ ସେ କୌଣସି ପ୍ରକାର ଭୁଲ କହିନଥିବା କହି ପୋଲିସ ଡିଜିଙ୍କୁ ଦେଇଥିବା ଚିଠିରେ ସଙ୍ଘ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ବର

ସେ ଏପରି କହିଛନ୍ତି ଯେ ସାଧାରଣ ଲୋକଙ୍କ ସେବାରେ ଥିବା ଡାକ୍ତର ଅନେକ ସମୟରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଏପରି ସ୍ଥଳେ ସରକାରଙ୍କୁ ନିବେଦନ କରିବେ ସେମାନଙ୍କ ସୁରକ୍ଷା ନେଇ କଠୋର ପଦକ୍ଷେପ ନିଆଯାଉ। ଏପରିକି ଲୋକଙ୍କ ସୁରକ୍ଷା ନେଇ ପୋଲିସ ସେମାନଙ୍କର ନିଷ୍ଠା ଓ କର୍ତ୍ତବ୍ୟର ସହ ଦାୟିତ୍ବ ନିର୍ବାହ କରୁଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ତେବେ ସୂଚନା ମୁତାବକ, ଗତ କିଛିଦିନ ତଳେ ବାଲେଶ୍ବର ବାଲିଆପାଳ ଥାନାଧିକାରିଙ୍କୁ ସାଧାରଣ ଜନତାଙ୍କ ମାଡ ମାରିଥିଲେ । ସେ ଏକ ନାବାଳକ ମୃତ୍ୟୁ ଖବର ପାଇଁ ଏକ ଢାବାକୁ ଯାଇଥିବା ବେଳେ ସାଧାରଣ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

ଏହି ପ୍ରସଙ୍ଗ ପରେ ସାମ୍ବାଦିକ ସମ୍ମିଳନୀରେ ପୋଲିସର ସୁରକ୍ଷା ନେଇ ବିବାଦୀୟ ବୟାନ ଦେଇଥିଲେ ଡିଏସପି। ଯାହାକୁ ନେଇ ତାଙ୍କୁ ପୋଲିସ ମୁଖ୍ୟାଳୟରୁ ସସପେଣ୍ଡ କରାଯାଇଥିଲା । ତେବେ ଏପରି କ୍ଷମା ପ୍ରାର୍ଥନା ପରେ ପୋଲିସ ସଙ୍ଘର ସଭାପତିଙ୍କ ମିଡିଆକୁ ଟାର୍ଗେଟ ଏବେ ଅନେକ ପ୍ରଶ୍ନ ଠିଆ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details