ଭୁବନେଶ୍ବର: ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟବାସୀକୁ ମିଳିବ ବର୍ଷାରୁ ମୁକ୍ତି । ଦକ୍ଷିଣ ଓଡିଶାର କେତେକ ଜିଲ୍ଲାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅନ୍ୟପଟେ ସାମ୍ଭବ୍ୟ ବାତ୍ୟା ‘ମାହା’ର କୌଣସି ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି ପାଣିପାଗ ବିଭାଗ କହିଛି ।
ବର୍ଷାରୁ ନିସ୍ତାର, 5 ଦିନ ପାଗ ଶୁଖିଲା - weather report
ଦକ୍ଷିଣ ଓଡିଶାକୁ ଛାଡି ଦେଲେ ବାକି ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବ । କେବଳ ଦକ୍ଷିଣ ଓଡିଶାର କେତେକ ଜିଲ୍ଲାରେ ଆସନ୍ତା 2 ଦିନ ମଧ୍ୟରେ ଘଡଘଡି ସହ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।
ବର୍ଷାରୁ ନିସ୍ତାର, ପାଗ ଶୁଖିଲା ରହିବ
ବିଶେଷ କରି ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ ଏବଂ ଗଜପତିରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ । ସେହିପରି ଆସନ୍ତା 3 ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ଆସନ୍ତା 4 ଓ 5 ତାରିଖରେ ସମୁଦ୍ର ଅଶାନ୍ତ ରହିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ