ଓଡିଶା

odisha

ETV Bharat / city

Odisha Weather Update: ଆସନ୍ତା 4 ଦିନ ଯାଏଁ ଶୁଖିଲା ପାଗ

ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ଶୁଖିଲା ରହିବ ପାଗ । 6ଟି ଜିଲ୍ଲାରେ ବର୍ତ୍ତମାନ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ ଉପରେ ରହିଛି । ଅଧିକ ପଢନ୍ତୁ

By

Published : Mar 9, 2022, 9:23 AM IST

ରାଜ୍ୟରେ ଆସନ୍ତା 4 ଦିନ ଯାଏଁ ଶୁଖିଲା ପାଗ
ରାଜ୍ୟରେ ଆସନ୍ତା 4 ଦିନ ଯାଏଁ ଶୁଖିଲା ପାଗ

ଭୁବନେଶ୍ବର: ଓଡିଶା ଉପରେ ବର୍ତ୍ତମାନ ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ । ଏଥିପାଇଁ ଆଗାମୀ 4 ଦିନ ଯାଏଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । କିନ୍ତୁ ଭୁବନେଶ୍ବରରେ ଆଜି ଦିନ ତାପମାତ୍ରା ପାଖାପାଖି 35 ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଗତ 24 ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ସର୍ବୋଚ୍ଚ ଦିନ ତାପମାତ୍ରା ବୌଦ୍ଧ ଠାରେ 36.ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା 34 ଡିଗ୍ରୀ ସେଲସିୟସ ଏବଂ କଟକରେ 33.8 ଡିଗ୍ରୀ ସେଲସିୟସ ରେକର୍ଡ କାରଯାଇଛି । 6ଟି ଜିଲ୍ଲାରେ ବର୍ତ୍ତମାନ ଦିନ ତାପମାତ୍ରା 35 ଡିଗ୍ରୀ ସେଲସିୟସ ଉପରେ ରହିଛି । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବୌଦ୍ଧ, ବଲାଙ୍ଗୀର, ସୋନପୁର,ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details