ଓଡିଶା

odisha

ETV Bharat / city

ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର - bhubaneswar news

ରାଜଧାନୀରେ ଚାଲିଛି ଶିଶିର ସରସ ମେଳା 2020 । ଯେଉଁଥିରେ 300 ଷ୍ଟଲ ଲାଗିଛି । ହେଲେ ଏସବୁ ଭିତରେ ବାରି ହୋଇ ପଡୁଛି ଜଗତସିଂହପୁରର ମାଛ ଶୁଖୁଆ ଷ୍ଟଲ । ଯେଉଁଠି କିଛି ଭିଡ ଲାଗିଥିବା ଦେଖିବାକୁ ମିଳୁଛି ।

dry fish business
ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର

By

Published : Jan 5, 2020, 9:57 PM IST

ଭୁବନେଶ୍ବର: ରାଜଧାନୀରେ ଚାଲିଛି ଶିଶିର ସରସ ମେଳା 2019 । ଯେଉଁଥିରେ 300 ଷ୍ଟଲ ଲାଗିଛି । ହେଲେ ଏସବୁ ଭିତରେ ବାରି ହୋଇପଡୁଛି ଜଗତସିଂହପୁରର ମାଛ ଶୁଖୁଆ ଷ୍ଟଲ । ଯେଉଁଠି କିଛି ଭିଡ ଲାଗିଥିବା ଦେଖିବାକୁ ମିଳୁଛି ।

ମହିଳାଙ୍କୁ ରୋଜଗାରକ୍ଷମ କରିଛି ଶୁଖୁଆ ବେପାର

ଓଡିଶାର ଲୋକେ ପଖାଳ ସହ ଶୁଖୁଆ ଖାଇବା ପାଇଁ ପସନ୍ଦ କରୁଥିବାରୁ ଏହି ବେପାରକୁ ସେ ଆପଣାଇଥିବା କହିଛନ୍ତି ଷ୍ଟଲ ଲଗାଇଥିବା ବ୍ୟବସାୟୀ । ସେହିପରି ଶୁଖୁଆ ବେପାର ସେମାନଙ୍କୁ ସ୍ବାବଲମ୍ବୀ କରିବା ସହ ମାସିକ 5 ରୁ 6 ହଜାର ଟଙ୍କା ରୋଜଗାର ବି ଦେଉଥିବା ସେ ଦର୍ଶାଇଛନ୍ତି । ପୂର୍ବବର୍ଷରେ 7 ଟନ ଶୁଖୁଆ ମେଳା ସରିବାର ଦୁଇ ଦିନ ପୂର୍ବରୁ ଶେଷ ହୋଇ ଯାଇଥିବା ସହ ଚଳିତ ବର୍ଷ ତା ଠାରୁ ଅଧିକ ବେପାର ହେବାର ଆଶା ବାନ୍ଧିଛନ୍ତି ସେ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details