ଭୁବନେଶ୍ବର: ସାରା ଦେଶ ଆଜି ଗାନ୍ଧିଜୀଙ୍କ 72ତମ ଶ୍ରାଦ୍ଧ ଦିବସ ପାଳନ କରୁଛି। ସମସ୍ତେ ଗାନ୍ଧିଜୀଙ୍କ କଥା କୁ ଆଦରିବାକୁ କହୁଥିବା ବେଳେ ଓଡିଶା ସରକାର ଗାନ୍ଧିଜୀଙ୍କ ଅହିଂସାକୁ ସମ୍ମାନ ଦେବା ପାଇଁ ତାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ ଦେଶରେ ହିଂସା ହେବାର ମୁଖ୍ୟ କାରଣ ବହୁଳ ଭାବରେ ନିଶାଦ୍ରବ୍ୟର ବ୍ୟବହାର ହୋଇଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ ନ କରି ଗାନ୍ଧୀଙ୍କ ବାଣୀ ପ୍ରଚାର ପାଇଁ ଜୋର ଦେଉଛନ୍ତି । ଯାହାକି ମହାତ୍ମାଙ୍କ ପ୍ରତି ଶଠତା ସଦୃଶ୍ୟ ଅଟେ ବୋଲି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ର ସଭାପତି ପଦ୍ମଚରଣ ନାୟକ ପ୍ରକାଶ କରିଛନ୍ତି।
‘ଗାନ୍ଧିଜୀଙ୍କ ନାଁ କହି ସରକାର କରନ୍ତୁ ନାହିଁ ଶଠତା’ - ଗାନ୍ଧିଜୀଙ୍କ ଅହିଂସାକୁ ସମ୍ମାନ
ଓଡିଶା ସରକାର ଗାନ୍ଧିଜୀଙ୍କ ଅହିଂସାକୁ ସମ୍ମାନ ଦେବା ପାଇଁ ତାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାକୁ ବାରମ୍ବାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ରାଜ୍ୟରେ ମଦକୁ ପ୍ରଚାର ପ୍ରସାର କରିବା ସହ ପ୍ରୋତ୍ସାହନ ଦେଉତିବା କହିଛି ଓଡିଶା ନିଶା ନିବାରଣ ଅଭିଯାନ । ଅଧିକ ପଢନ୍ତୁ...
ଆଜି ସଂଗଠନ ପକ୍ଷରୁ ରାଜ୍ୟରେ ନିଶା କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା ଦିଆଯାଇଛି। ବାରମ୍ବାର ସରକାରଙ୍କ ନିକଟରେ ଏ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ସରକାର ସେ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ବେଳେ ଅଧିକ ସଂଖ୍ୟକ ମଦ ଦୋକାନ ପାଇଁ ଲାଇସେନ୍ସ ଓ ରାଜ୍ୟର ରାଜସ୍ବ ବୃଦ୍ଧି ପାଇ ମେଳା ମହୋତ୍ସବରେ ମଦର ସୁବିଧାରେ ଉପଲବ୍ଧି ପାଇଁ ଯୋଜନା କରୁଛନ୍ତି। ଯାହାକି ଗାନ୍ଧିଜୀଙ୍କ ପ୍ରତି ଶଠତା ଅଟେ। ତେବେ ସରକାର ତାଙ୍କ କଥା ନ ଶୁଣିଲେ ମଧ୍ୟ ଏହି ଆନ୍ଦୋଳନ ଜନସାଧାରଣଙ୍କୁ ଜାଗ୍ରତ କରିବା ପାଇଁ ଜାରି ରହିବ ବୋଲି କହିବା ସହ ଆଜି ନ ହେଲେ କାଲି ଲୋକମାନେ ଯେତେ ଶୀଘ୍ର ଏହାକୁ ପରିତ୍ୟାଗ କରିବେ ସରକାର ମଦ ବ୍ୟାନ ପାଇଁ ବାଧ୍ୟ ହେବେ ବୋଲି ନାଏକ କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ