ଓଡିଶା

odisha

ETV Bharat / city

ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନୂଆ ବ୍ୟବସ୍ଥା, ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର

ଭୁବନେଶ୍ବରର ଔଷଧ ଦୋକାନ ବାହାରେ ଲାଗିଲା ଡ୍ରଗ୍ସ ଇନସ୍ପେକ୍ଟରଙ୍କ ହ୍ୱାଟ୍ସଅପ୍ ନମ୍ବର । ଔଷଧକୁ ନେଇ କୌଣସି ବି ଅଭିଯୋଗ ରହିଲେ ହ୍ବାଟ୍ସଆପ ମାଧ୍ୟମରେ ଅଭିଯୋଗ କରିପାରିବେ ଗ୍ରାହକ । ଅଧିକ ପଢନ୍ତୁ

ଔଷଧ ଦୋକାନ ବାହାରେ ଲାଗିଲା ଅଭିଯୋଗ ନମ୍ବର
ଔଷଧ ଦୋକାନ ବାହାରେ ଲାଗିଲା ଅଭିଯୋଗ ନମ୍ବର

By

Published : Oct 17, 2022, 5:25 PM IST

Updated : Oct 17, 2022, 7:51 PM IST

ଭୁବନେଶ୍ବର:ନକଲି ଔଷଧ କାରବାର ରୋକିବା ପାଇଁ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନୂଆ ବ୍ୟବସ୍ଥା । ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର । ନକଲି ଔଷଧ ନିୟନ୍ତ୍ରଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ନୂଆ ବ୍ୟବସ୍ଥା କରିଛନ୍ତି । ସହରର ସମସ୍ତ ଦୋକାନ ବାହାରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଫୋନ୍‌ ନମ୍ବର ଲଗାଯାଇଛି । ଏହାସହ ଖରାପ ଔଷଧ ସମ୍ପର୍କରେ ହ୍ବାଟ୍ସଆପ ମାଧ୍ୟମରେ ଅଭିଯୋଗ କରିପାରିବେ । ସବୁ ଔଷଧ ଦୋକାନରେ ଏହି ନିର୍ଦ୍ଦେଶାନାମା ଲଗାଇବା ବାଧ୍ୟତାମୂଳକ କରାଯାଉଛି । ଟ୍ବିନ ସିଟିରେ ନକଲି ଔଷଧକୁ ନେଇ ଅନେକ ଚିତ୍ର ସାମ୍ନାକୁ ଆସିବା ପରେ ସଜାଗ ଡ୍ରଗ୍ସ କଣ୍ଟ୍ରୋଲର ।

ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନୂଆ ବ୍ୟବସ୍ଥା

ଏହି ନିର୍ଦ୍ଦେଶାନାମାରେ ଲେଖାଅଛି ଯେ, ଯେ କୌଣସି ଔଷଧ ସମ୍ବନ୍ଧୀୟ ବିକ୍ରୟ ଅଭିଯୋଗ ନକଲି , ଅପମିଶ୍ରିତ ଓୌଷଧର ପାର୍ଶ୍ଵ ପତିକ୍ରିୟାର ତଥ୍ୟ ନିମ୍ନଲିଖିତ ଭେଷଜ ଓ ନିରୀକ୍ଷକ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ । ଯେ କୌଣସି ସାଧାରଣ ଜନତା WhatsApp ନମ୍ବରରେ ଅଭିଯୋଗ କରିପାରିବେ। WhatsApp ନମ୍ବର ହେଉଛି 8895478543। ଏହି ବ୍ୟବସ୍ଥା ରାଜଧାନୀର ବିଭିନ୍ନ ଔଷଧ ଦୋକାନରେ ଲଗାଯାଇଛି । ଏଥିରେ ନିଜେ ଡ୍ରଗ୍ସ ଇନ୍ସପେକ୍ଟର ଚନ୍ଦନ କୁମାର ଗିରିଙ୍କ ଉପସ୍ଥିତିରେ ନୋଟିସ ଲଗାଯାଇଛି ।

ଏହା ମଧ୍ୟ ପଢନ୍ତୁ: Congress President poll: ଦିଲ୍ଲୀରେ ଭୋଟ ଦେଲେ ସୋନିଆ ଓ ମନମୋହନ, କର୍ଣ୍ଣାଟକରେ ରାହୁଲ

ସୂଚନା ଅନୁଯାୟୀ, ବିଗତ କିଛିବର୍ଷ ଭିତରେ ଏଭଳି ଏକାଧିକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଏଭଳି ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଉଭୟ ପୋଲିସ ଓ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ ବିଫଳ ହୋଇଛନ୍ତି । ଗୋଟିଏ ଦୁର୍ବଳ ଭିତ୍ତିଭୂମି ଏବଂ ଅନ୍ୟପଟେ ଆନ୍ତରିକତାର ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟିକାରୀ ଔଷଧର କାରବାର ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ଦିଗରେ କଠୋରେ ପଦକ୍ଷେପ ନିଆଯିବା ବଦଳରେ କର୍ମଚାରୀ ଅଭାବରୁ ଡ୍ରଗ୍ସ କଣ୍ଟ୍ରୋଲର ବିଭାଗ କେବଳ ଅଭିଯୋଗ ମିଳିଲେ ଚଢାଉ କରୁଛି ।

ବିଭାଗର ନିଜସ୍ଵ ଗୁଇନ୍ଦା ବ୍ୟବସ୍ଥା ନାହିଁ । ବିଭାଗ ପାଖରେ ଔଷଧ କାରବାର ସଂପର୍କିତ ତଥ୍ୟ ବି ନାହିଁ। ନକଲି ଉଚ୍ଚ ରକ୍ତଚାପ ଔଷଧକୁ ନେଇ ବର୍ଷକ ପୂର୍ବରୁ ଏହିଭଳି ଏକ ଘଟଣା ଘଟିଥିଲା । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମିଳୁଥିବା ଜୀବନରକ୍ଷାକାରୀ ଔଷଧ ନକଲି ବୋଲି ଜଣାପଡ଼ିଥିଲା । ଯାହା ପରବର୍ତ୍ତୀ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ତେବେ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ନୂଆ ବ୍ୟବସ୍ଥା କେତେ ସଫଳ ହେଉଛି ଦେଖିବାକୁ ବାକିରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 17, 2022, 7:51 PM IST

ABOUT THE AUTHOR

...view details