ଭୁବନେଶ୍ବର: କଠୋର ହେବ ପୋଲିସ । ବିନା ହେଲମେଟରେ ଗାଡି ଚଳାଇଲେ ଏଣିକି ବାତିଲ ହେବ ଲାଇସେନ୍ସ । ସବୁ ପୋଲିସକୁ ଦିଆଯାଇଛି ଏହି କ୍ଷମତା । ଏନେଇ ସବୁ ଏସପିଙ୍କୁ ଚିଠି ଲେଖିଛନ୍ତି କ୍ରାଇମବ୍ରାଞ୍ଚର ସିଆଇଡି ବିଭାଗ ।
ବିନା ହେଲମେଟରେ ଗାଡି ଚଳାଇଲେ 3ମାସ ଲାଇସେନ୍ସ ବାତିଲ - license cancel
ବିନା ହେଲମେଟରେ ଗାଡି ଚଳାଇଲେ ଏଣିକି 3 ମାସ ପାଇଁ ବାତିଲ ହେବ ଲାଇସେନ୍ସ । ସବୁ ପୋଲିସକୁ ଦିଆଯାଇଛି ଏହି କ୍ଷମତା । ଅଧିକ ପଢନ୍ତୁ...

ବିନା ହେଲମେଟରେ ଗାଡି ଚଳାଇଲେ 3 ମାସ ପାଇଁ ଲାଇସେନ୍ସ ବାତିଲ
ଏଥିସହିତ ଡ୍ରାଇଭିଂ ସମୟରେ ମୋବାଇଲ ବ୍ୟବହାର, ମଦ୍ୟପାନ କରି ଗାଡି ଚଳାଇବା, ଆବଶ୍ୟକ ଠାରୁ ଅଧିକ ମାଲ ପରିବହନ, ମାଲ ବାହୀ ଗାଡ଼ିରେ ଯାତ୍ରୀ ନେବା, ଆବଶ୍ୟକତା ଠାରୁ ଅଧିକ ବେଗରେ ଗାଡି ଚଳାଇବା କ୍ଷେତ୍ରରେ ଲାଇସେନ୍ସ 3 ମାସ ପାଇଁ ବାତିଲ ହେବ । ତେବେ ପ୍ରଥମେ ଉଲଙ୍ଘନକାରୀଙ୍କ ଲାଇସେନ୍ସ ଜବତ କରି 7 ଦିନ ମଧ୍ୟରେ ବାତିଲ ପାଇଁ ଆରଟିଓଙ୍କୁ ପଠାଇବ ପୋଲିସ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ