ଭୁବନେଶ୍ବର: ଲକଡାଉନର ୭ଦିନ ପରେ ବି କଡା କଟକଣାରେ ଭୁବନେଶ୍ବର । ଛକ ଛକରେ ଜଗିଛନ୍ତି ପୋଲିସ କର୍ମଚାରୀ । କଣ୍ଟ୍ରୋଲରୁମ ଜରିଆରେ ଭିଡ ଉପରେ ରହିଛି ନଜର । ଗାଡି ଧରି ବାହାରୁ ଥିଲେ ନିଆଯାଉଛି କଠୋର ପଦକ୍ଷେପ । ଏଥର ଲୋକଙ୍କୁ ଅନୁରୋଧ ନୁହେଁ ଗାଡି ସିଜ କରୁଛି କମିସନରେଟ ପୋଲିସ ।
ରାଜଧାନୀରେ ଅନେକ ସ୍ଥାନରେ ବିନା କାମରେ ଗାଡି ଧରି ବୁଲୁଛନ୍ତି ଯୁବକ । ଅତ୍ୟାବଶ୍ୟକ ବାହାନାରେ ପୋଲିସକୁ କହୁଛନ୍ତି ମିଛ । ଏଭଳି ସମୟରେ କଠୋର ହୋଇ କଡା କାର୍ଯାନୁଷ୍ଠାନ ଆରମ୍ଭ କରିଛି କମିସନରେଟ ପୋଲିସ । ଅମାନିଆଙ୍କୁ ପାନେ ଦେବାକୁ ଗାଡି କରୁଛନ୍ତି ସିଜ । ଏପରିକି ବିନା ପ୍ରମାଣ ପତ୍ର ବା କାରଣ ନଦେଖାଇ ବାହାରିଲେ ଗାଡି କରୁଛନ୍ତି ସିଜ ।