ଭୁବନେଶ୍ବର: ନଭେମ୍ବର 1ରୁ ପୂର୍ବତଟ ରେଳବାଇ ଅଧିନରେ ଥିବା ସମସ୍ତ ରେଳ ଷ୍ଟେସନ ପରିସରରରୁ ବୁଲାବିକାଳି, ହକର, ଭେଣ୍ଡର ମାନଙ୍କ ଅବାଧ ପ୍ରବେଶ ନିଷେଧ ନିୟମ କଡାକଡି ଭାବେ ଲାଗୁ । ଆଗରୁ ଏହି ନିୟମ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଶୁକ୍ରବାର ଠାରୁ ତାହା ଅଧିକ ବଳବତ୍ତର କରାଯିବ । ଏନେଇ ପୂର୍ବତଟ ରେଳବାଇ ମୁଖ୍ୟ ସୁରକ୍ଷା କମିଶନର ସବିଶେଷ ବିବୃତି ପ୍ରଦାନ ନିମନ୍ତେ ସାମ୍ବାଦିକ ସମ୍ମିଳନୀ କରିଥିଲେ ।
ରେଳ ସେବାକୁ ଅପରାଧ ମୁକ୍ତ କରିବା ପାଇଁ ବୁଲା ବିକାଳି, ହକର, ଭେଣ୍ଡର ଓ ଅନ୍ୟ ଅବାଧ ପ୍ରବେଶକୁ ଶୁକ୍ରବାର ଠାରୁ ଅଧିକ କଡା କାଡି କରାଯିବ ବୋଲି ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ପୂର୍ବରୁ ଏହି ନିୟମ ଲାଗୁ ହୋଇଥିବା ବେଳେ ଅନେକ ମାତ୍ରାରେ ଏହାର ସଫଲ ରୂପାୟନ ମଧ୍ୟ ହୋଇ ପାରିଛି । ଯାତ୍ରୀ ଓ ସାଧାରଣ ଜନତାଙ୍କ ଯୋଗୁଁ ଏହା ସମ୍ଭବପର ହୋଇ ପାରିଛି ବୋଲି କୁହାଯାଇଛି । ତେବେ ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ଏଥର ରେଳବାଇରେ ଅନେକ ନୂଆ ଆଇନ ଲାଗୁ ହୋଇଛି । ନିୟମ ଉଲଙ୍ଘନକାରୀଙ୍କୁ ଜେଲ ଦଣ୍ଡ ସହ ଜୋରିମନାର ପ୍ରାବଧାନ କରିଛି ରେଳ ବିଭାଗ ।