ଓଡିଶା

odisha

ETV Bharat / city

Drive Against Drunk Driving: ଧରାପଡିଲେ ୨୫୧, ଗିରଫ ହେଲେ ୨୧୬ଜଣ - Drive Against Drunk Driving in odisha

ଏମଭିଆଇ ଅଫିସର ଓ ତାଙ୍କ ଟିମ ବିଭିନ୍ନ ରାସ୍ତାରେ ଅଚାନକ କରିଛନ୍ତି ଚେକିଂ । ରାସ୍ତାରେ ଯାଉଥିବା ସମସ୍ତ ଚାଳକଙ୍କ କରାଯାଇଥିଲା ଚେକିଂ । ରାତ୍ରିକାଳିନ ଚେକିଂ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬୦୦ରୁ ଅଧିକ ଡ୍ରାଇଭରଙ୍କ ନିଶ୍ବାସ ବିଶ୍ଳେଷଣକାରି ମେସିନ ଦ୍ବାରା ଚେକିଂ ହୋଇଥିଲା । ଅଧିକ ପଢନ୍ତୁ

MVI ଟିମର ମଦ୍ୟପାନ ଚେକିଂ: ଧରାପଡିଲେ ୨୫୧, ଗିରଫ ହେଲେ ୨୧୬ଜଣ
MVI ଟିମର ମଦ୍ୟପାନ ଚେକିଂ: ଧରାପଡିଲେ ୨୫୧, ଗିରଫ ହେଲେ ୨୧୬ଜଣ

By

Published : Apr 18, 2022, 6:44 AM IST

Updated : Apr 18, 2022, 8:34 AM IST

ଭୁବନେଶ୍ବର:ରାଜ୍ୟରେ ବଡ ଧରଣର ମଦ୍ୟପାନ ଚେକିଂ କରାଯାଇଛି । ରାଜ୍ୟର ସମସ୍ତ ପରିବହନ ଅଧିକାରିଙ୍କ ଦ୍ବାରା ଏହି ଚେକିଂ ହୋଇଛି । ଏମଭିଆଇ ଅଫିସର ଓ ତାଙ୍କ ଟିମ ବିଭିନ୍ନ ରାସ୍ତାରେ ଅଚାନକ କରିଛନ୍ତି ଚେକିଂ । ରାସ୍ତାରେ ଯାଉଥିବା ସମସ୍ତ ଚାଳକଙ୍କ କରାଯାଇଥିଲା ଚେକିଂ । ରାତ୍ରିକାଳୀନ ଚେକିଂ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୬୦୦ରୁ ଅଧିକ ଡ୍ରାଇଭରଙ୍କ ନିଶ୍ବାସ ବିଶ୍ଳେଷଣକାରି ମେସିନ ଦ୍ବାରା ଚେକିଂ ହୋଇଥିଲା । ଯେଉଁଥିରେ ୨୫୧ ଡ୍ରାଇଭର ମଦ୍ୟପାନ କରି ଗାଡି ଚଲାଉଥିବା ଜଣାପଡିଥିଲା । ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶନାମା ଅନୁସାରେ ୧୩୮ଟି ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରାଯାଇଛି ।

MVI ଟିମର ମଦ୍ୟପାନ ଚେକିଂ: ଧରାପଡିଲେ ୨୫୧, ଗିରଫ ହେଲେ ୨୧୬ଜଣ

ଏହାସହିତ ମଦ୍ୟପ ଗାଡି ଡ୍ରାଇଭର‌ ବ୍ୟବହାର କରୁଥିବା ୨୩୨ ଗାଡିକୁ ଅଟକ ରଖିବା ସହ‌ ୨୧୬ ଜଣ ମଦ୍ୟପଙ୍କୁ ଗିରଫ କରିଛି ପୋଲିସ । ଏନେଇ ମୋଟର ଯାନ ନିୟମ ୧୯୮୮ରୁ ୨୦୧୯ ସଂଶୋଧନର ନିୟମ ଅନୁସାରେ ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ଚାଳକଙ୍କୁ ପ୍ରଥମ ଦୁର୍ଘଟଣା ଘଟାଇଲେ ୬ ମାସ ଜେଲ ନଚେତ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ସେହିପରି ୨ବର୍ଷ ମଧ୍ୟରେ ଦ୍ବିତୀୟ ଦୁର୍ଘଟଣା ଘଟାଇଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ ।

MVI ଟିମର ମଦ୍ୟପାନ ଚେକିଂ: ଧରାପଡିଲେ ୨୫୧, ଗିରଫ ହେଲେ ୨୧୬ଜଣ

ତେବେ ୨୦୨୦ରେ ମଦ୍ୟପାନ‌ ଯୋଗୁଁ ୬୪୮ଟି ଦୁର୍ଘଟଣା ଘଟିଥିବା ବେଳେ ୨୯୮ ଜଣଙ୍କର‌ ପ୍ରାଣ ହାନି ହୋଇଥିଲା । ଏନେଇ ଦୁର୍ଘଟଣା ରୋକିବାକୁ ରାଜ୍ୟ ସଡକ ପରିବହନ ବିଭାଗ ଏପରି ଅଚାନକ ଚେକିଂ ଜାରି ରଖିଛନ୍ତି । ଏହାଦ୍ବାରା‌ ଲୋକଙ୍କ ମନରେ ଭୟ ସୃଷ୍ଟି ହେବ ଏବଂ ସଡକ ଦୁର୍ଘଟଣା ରୋକିବାରେ ଏକ ପ୍ରକାର ସହାୟକ ହେବ ।



ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 18, 2022, 8:34 AM IST

ABOUT THE AUTHOR

...view details