ଭୁବନେଶ୍ବର: ଗୃହରେ ପାନୀୟ ଜଳ ନେଇ ଶାସକ ଦଳର ଉଦବେଗ ପ୍ରକାଶ। ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ନେଇ ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ ଉଦବେଗ ପ୍ରକାଶ କହିଛନ୍ତି।
Budget session: ପାନୀୟ ଜଳ ନେଇ ଉଦବେଗ ପ୍ରକାଶ - ବିଧାନସଭା ବଜେଟ ଅଧିବେଶନ
ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ପାନୀୟ ଜଳ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ବିଳମ୍ବ ନେଇ ବିଜେଡି ସଦସ୍ୟ ଅମର ପ୍ରସାଦ ଶତପଥୀ ଉଦବେଗ ପ୍ରକାଶ କହିଛନ୍ତି। ଅଧିକ ପଢ଼ନ୍ତୁ
314 ବ୍ଲକରୁ 160 ବ୍ଲକରେ 110 ଟି ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଡିସେମ୍ବର 3, 2019 ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ । ଏହି 110 ଟି ପ୍ରକଳ୍ପ ପାଇଁ 329 କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ତାହା ଦୁଇ ବର୍ଷ ଭିତରେ ସମ୍ପୂର୍ଣ୍ଣ ହେବ କଥା। କିନ୍ତୁ 12 ଟି ବ୍ଲକର 9 ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। କୋଭିଡ ପାଇଁ ଏହି ପ୍ରକଳ୍ପ ବିଳମ୍ବ ହେଉଥିବା ଦର୍ଶାଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା । ଏହି ସବୁ ପ୍ରକଳ୍ପ 15 ଡିସେମ୍ବର 2022 ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି କୁହାଯାଇଛି ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ