ଭୁବନେଶ୍ବର: ଦୂର ହେବ ଭଦ୍ରକ ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟା । ଜିଲ୍ଲାର 4 ଟି ବ୍ଲକ ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗର ବ୍ଲକର 91 ପଞ୍ଚାୟତ ହେବେ ଉପକୃତ । 526 ଗାଁ ର ପ୍ରାୟ 6 ଲକ୍ଷ 16 ହଜାର ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ମେଗା ଜଳ ଯୋଗାଣ ପ୍ରକଳ୍ପର ବ୍ୟବସ୍ଥା କରୁଛନ୍ତି ସରକାର ।
Odisha Assembly; ଦୂର ହେବ ଭଦ୍ରକ ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟା - ପାନୀୟ ଜଳ ଯୋଗାଣ ମନ୍ତ୍ରୀ
ଦୂର ହେବ ଭଦ୍ରକ ଜିଲ୍ଲାବାସୀଙ୍କ ପାନୀୟ ଜଳ ସମସ୍ୟା । ଜିଲ୍ଲାର 4 ଟି ବ୍ଲକ ଚାନ୍ଦବାଲି, ତିହିଡି, ବାସୁଦେବପୁର ଓ ଧାମନଗର ବ୍ଲକର 91 ପଞ୍ଚାୟତ ହେବେ ଉପକୃତ । ଅଧିକ ପଢନ୍ତୁ:
Odisha Assembly
ଖରସ୍ରୋତା ସମେତ ଅନ୍ୟାନ୍ୟ ଜଳ ଉତ୍ସରୁ ଏହି ଜଳ ଯୋଗାଣ ହେବ । ଏଥିପାଇଁ କାମ ଜାରି ରହିଛି ବୋଲି ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ନଗର ଉନ୍ନୟନ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ଏହା କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ