ଓଡିଶା

odisha

ETV Bharat / city

ପ୍ରଦୀପଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଲା ବିଜେଡି - Dr samit patra reaction on pradeep majhi case

କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ହିଂସା ଉସୁକାଇବା ଭଳି ବୟାନ ଉପରେ ପ୍ରତିକ୍ରିୟା ରଖିଲେ ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

sasmit patra
ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି: ବିଜେଡି

By

Published : Dec 27, 2019, 8:07 PM IST

ଭୁବନେଶ୍ବର: କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସା ପାଇଁ ଉସୁକାଇଛନ୍ତି, ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ଅସଫଳ ପ୍ରୟାସ କରୁଛି । ବିଜେଡ଼ି ସରକାରକୁ ପ୍ରଶ୍ନ କରିବା ପୂର୍ବରୁ କଂଗ୍ରେସ ପ୍ରଥମେ ନିଜ ଦଳ ଗାନ୍ଧୀ ନୀତିରେ ବିଶ୍ବାସ କରୁଥିବା କହୁଥିବା ବେଳେ ବନ୍ଦ ସମୟରେ କିଭଳି ଦଳୀୟ ନେତାଙ୍କ ନିର୍ଦ୍ଦେଶରେ ହାତରେ ପେଟ୍ରୋଲ ଡିଜେଲ ଧରି ବୁଲୁଛି ତାହା ଅନୁଶୀଳନ କରିବା ଆବଶ୍ୟକ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ।

ହିଂସାରୁ ନଜର ହଟାଇବା ପାଇଁ କଂଗ୍ରେସ ପ୍ରୟାସ କରୁଛି: ବିଜେଡି

କଂଗ୍ରେସ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି, ବିଜେଡ଼ି ସରକାରର ସଫଳତାକୁ କଂଗ୍ରେସ ନେତାମାନେ ହଜମ କରିପାରୁନଥିବା ଅନୁଭୂତ ହେଉଛି । ତେବେ କଂଗ୍ରେସ ନେତାମାନେ ୟୁପିଏ ସରକାରର ମନ୍ତ୍ରୀମାନଙ୍କୁ ଏ ସଂକ୍ରାନ୍ତରେ ପଚାରିବା ଆବଶ୍ୟକ ବୋଲି ଡକ୍ଟର ପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡ଼ି ସରକାର ୨୦୧୦-୧୧, ୨୦୧୨-୧୩ ଏବଂ ୨୦୧୩-୧୪ର କୃଷିକର୍ମଣ ପୁରସ୍କାର ଠାରୁ ଆରମ୍ଭ କରି ବାତ୍ୟା ଫନି ସମୟରେ ଶୂନ କ୍ଷୟକ୍ଷତି ପାଇଁ ମିଳିତ ଜାତିସଂଘ ଠାରୁ ଅର୍ନ୍ତଜାତୀୟ ସ୍ତରର ପ୍ରଶଂସା ପତ୍ର ପାଇଛି ।

ଏଥି ସହିତ ରେକର୍ଡ଼ ପରିମାଣର ୨୦ ଲକ୍ଷ ପକ୍କାଘର ଓ ୪୧ ହଜାର କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ ପାଇଁ ବି କେନ୍ଦ୍ର ସରକାର ଓଡିଶାକୁ ପୁରସ୍କୃତ କରିଛନ୍ତି । ବିଶ୍ବକପ ହକିର ସଫଳ ଆୟୋଜନ ସହିତ ଜାଗା ମିଶନର ସଫଳ କାର୍ଯ୍ୟକାରିତା ପାଇଁ ଓଡ଼ିଶା ସରକାରଙ୍କୁ ସ୍କଚ୍ ହାବିଟାଟ୍ ପୁରସ୍କାର ମିଳିଛି । ଅନେକ ସଫଳତା ଆସିବା ଓ ଯିବା ମଧ୍ୟରେ ଓଡ଼ିଶା କିନ୍ତୁ ଆଗକୁ ବଢିବାରେ ଲାଗିଛି । ବିଜେଡ଼ି ସରକାରର ମାନ୍ୟତା ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାର୍ଯ୍ୟ ଉପରେ ଓଡ଼ିଶାବାସୀ ବିଶ୍ବାସ କରନ୍ତି । ସେହି ଅନୁଯାୟୀ ଲୋକେ ନିର୍ବାଚନରେ କଂଗ୍ରେସକୁ ତାହାର ସ୍ଥାନରେ ଥୋଇ ଦେଇଛନ୍ତି ଯାହା ଫଳରେ ଏହି ଜାତୀୟ ଦଳ ଏବେ ହତାଶ ହୋଇ ଅପ୍ରସଙ୍ଗ ଗୁଡ଼ିକୁ ଜାବୁଡ଼ି ଧରିବାରେ ଲାଗିଥିବା ଡକ୍ଟର ପାତ୍ର କହିଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details