ଓଡିଶା

odisha

ETV Bharat / city

ନନ୍ଦନକାନନରେ ନୂଆ ଅତିଥି, ଜନ୍ମ ନେଲା ଦୁଇ ମୁଣ୍ଡିଆ କଇଁଛ - ବିରଳ ପ୍ରଜାତିର କଇଁଛ

ନନ୍ଦନକାନନରେ ଜନ୍ମ ନେଇଛି ଏକ ବିରଳ ପ୍ରଜାତିର କଇଁଛ । ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଛି । ଅଧିକ ପଢନ୍ତୁ

ନନ୍ଦନକାନନରେ ଜନ୍ମ ନେଇଛି ଦୁଇ ମୁଣ୍ଡିଆ କଇଁଛ
ନନ୍ଦନକାନନରେ ଜନ୍ମ ନେଇଛି ଦୁଇ ମୁଣ୍ଡିଆ କଇଁଛ

By

Published : Sep 14, 2022, 6:17 PM IST

ଭୁବନେଶ୍ବର: ସମସ୍ତେ ସାଧାରଣତଃ କଇଁଛର ଗୋଟିଏ ମୁଣ୍ଡଥିବା ଦେଖିଥିବେ। କିନ୍ତୁ ଦୁଇଟି ମୁଣ୍ଡ ଥିବା ଏକ ବିରଳ ପ୍ରଜାତିର କଇଁଛ ଜନ୍ମ ନେଇଛି ନନ୍ଦନକାନନରେ। ଯାହାକି ଅତ୍ୟନ୍ତ ବିରଳ ଅଟେ। ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛଟିର ୨ଟି ମୁଣ୍ଡ ରହିଛି। ତେବେ କିଛି ଦିନ ପୂର୍ବେ କଇଁଛମାନେ ବାଲିରେ ଅଣ୍ଡା ଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଏନେଇ ଗୋଟିଏ ସାମାନ୍ୟ ଥିବା ବେଳେ ଅନ୍ୟ ଛୁଆଟିର ୨ଟି ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା ।

ନନ୍ଦନକାନନରେ ଜନ୍ମ ନେଇଛି ଦୁଇ ମୁଣ୍ଡିଆ କଇଁଛ

ତେବେ ଏହି ଦୁଇମୁଣ୍ଡିଆ କଇଁଛ ଛୁଆଟି ସୁସ୍ଥ ଥିବା ଜଣାପଡିଛି। ଏଥିସହ ଖୁଆଡ ଭିତରେ ସ୍ବଭାବିକ ଭାବେ ବିଚରଣ କରୁଛି। ଏହି ୨ ମୁଣ୍ଡିଆ କଇଁଛଟି ସୁସ୍ଥ ଥିବା ବେଳେ ତାକୁ ନନ୍ଦନକାନନର ଭେଟେନାରିରେ ରଖାଯାଇଛି। ଏହା ମୁଖ୍ୟତଃ ପାଣି କଇଁଛ । ପୋଖରୀ, କୂଅ, କେନାଲର ମଧୁର ଜଳରେ ଏମାନଙ୍କୁ ଦେଖିବାକୁ ମିଳେ । ଏମାନେ ମୁଖ୍ୟତଃ ଜିଆ, ପୋକ, ମାଛ, ଗେଣ୍ଡା ଖାଇଥାନ୍ତି। ଏହି ପ୍ରଜାତିର କଇଁଛ ବର୍ଷକୁ ଥରେ ମାତ୍ର ବାଲି ଖୋଳି 20 ରୁ ଅଧିକ ଅଣ୍ଡା ଦେଇଥାନ୍ତି । ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ନବଜାତ କଇଁଛର ଯତ୍ନ ନିଆଯାଉଛି ବୋଲି କହିଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର ।

ତେବେ ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି, "ଗୋଟିଏ କଇଁଛ କାଲି ଦୁଇଟି ଛୁଆଁ ନନ୍ଦନକାନନରେ ଜନ୍ମ ଦେଇଛି । ସେଥି ମଧ୍ୟରୁ ଗୋଟିଏ ଛୁଆଁ ଦୁଇମୁଣ୍ଡିଆ ହୋଇଛି । ଏହାକୁ ଜେନେଟିକ ଡିସଅର୍ଡର ବି କୁହାଯାଏ । ତେବେ ବିଶେଷଜ୍ଞଙ୍କ ପରାମର୍ଶରେ ନବଜାତ କଇଁଛର ଯତ୍ନ ନିଆଯାଉଛି ।"

ସୂଚନା ଥାଉକି, କିଛି ମାସ ପୂର୍ବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକାଥରକେ ଆନାକୋଣ୍ଡା ୯ଟି ଶାବକକୁ ଜନ୍ମ ଦେଇଥିଲା । ଏହି ନୂଆ ଅତିଥିଙ୍କୁ ମିଶାଇ ଏବେ ପ୍ରାଣୀ ଉଦ୍ୟାନରେ ହଳଦିଆ ଆନାକୋଣ୍ଡାଙ୍କ ସଂଖ୍ୟା 14କୁ ବୃଦ୍ଧି ପାଇଛି । ହଳଦିଆ ଆନାକୋଣ୍ଡାଙ୍କ ସଫଳ ପ୍ରଜନନ କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିଥିଲା । ତେବେ ଏଥିସହ ଗୋଟିଏ ଶାବକକୁ ଜନ୍ମ ଦେବା ପରେ ମାଈ ହଳଦିଆ ଆନାକୋଣ୍ଡାଟି ଆଉ ପ୍ରସବ କରିନଥିଲା ।

ଆନାକୋଣ୍ଡାଟିର ପେଟ ଫୁଲି ରହିଥିବାରୁ କର୍ତ୍ତୃପକ୍ଷ ଓ ଚିକିତ୍ସକଙ୍କ ଚିନ୍ତା ବଢ଼ି ଯାଇଥିଲା । ଉକ୍ତ ଆନାକୋଣ୍ଡାକୁ ଖୁଆଡ଼ ମଧ୍ୟରୁ ଅଲଗା କରି ସ୍ବତନ୍ତ୍ର ନିରୀକ୍ଷଣରେ ରଖାଯାଇଥିଲା । ତେବେ ପାଖାପାଖି 36 ଘଣ୍ଟା ପରେ ବି ସ୍ଥିତିରେ କୌଣସି ଉନ୍ନତି ନ ହେବାରୁ ଓୟୁଏଟି ପ୍ରାଣୀ ବିଭାଗର ଚିକିତ୍ସା କରିଥିଲା। ପ୍ରାୟ ଏକ ଘଣ୍ଟା ପରେ ଗୋଟି ଗୋଟି ହୋଇ ମାଈ ଆନାକୋଣ୍ଡା ଗର୍ଭରେ ଥିବା 8ଟି ଶାବକ ପଦାକୁ ବାହାରି ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details