ଭୁବନେଶ୍ବର: ଓଡିଶାର ମାଓ ଦମନ ପଦକ୍ଷେପକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ । 62 ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ଭର୍ଚ୍ଚୁଆଲରେ ସାମିଲ ହୋଇ ଓଡିଶା ପୋଲିସର ପ୍ରଶଂସା କରିଛନ୍ତି ସିଡିଏସ । ଏନେଇ ପୋଲିସ ମହାନିର୍ଦେଶକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
62ତମ IPS ବାର୍ଷିକ ସମ୍ମିଳନୀ: ଓଡିଶା ପୋଲିସର ମାଓ ଦମନକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ - ଓଡିଶା ପୋଲିସର ମାଓ ଦମନକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ
15:50 December 28
62ତମ IPS ବାର୍ଷିକ ସମ୍ମିଳନୀ: ଓଡିଶା ପୋଲିସର ମାଓ ଦମନକୁ ପ୍ରଶଂସା କଲେ ସିଡିଏସ ବିପିନ ରାୱତ
ପୋଲିସ ଡିଜି ଅଭୟ କହିଛନ୍ତି, 62ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀକୁ ସିଡିଏସ ବିପିନ ରାୱତ ସମ୍ବୋଧିତ କରିଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ । ଓଡିଶା ପୋଲିସର ମାଓ ଦମନ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ଏହାସହ ଜାତୀୟ ସୁରକ୍ଷା ଓ ଓଡ଼ିଶାର ସୁରକ୍ଷା ପରିବେଶ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି ।
ଗତକାଲି(ରବିବାର) ବରିଷ୍ଠ ପୋଲିସ ଅଧିକାରୀଙ୍କ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୋଲିସ ଡିଜି ଅଭୟ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ରାଜ୍ୟ ପୋଲିସର ସଫଳତା ବଖାଣିଥିଲେ ଡିଜିପି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ