ଭୁବନେଶ୍ବର: ବାତ୍ୟା ୟସ ପାଇଁ ଅନେକ ଅଞ୍ଚଳରେ ଟେଷ୍ଟିଂ, ଟୀକାକରଣ ଓ ସର୍ଭେ ପ୍ରକ୍ରିୟା ବନ୍ଦ ରହିଥିଲା । ସ୍ଥିତିରେ ସୁଧାର ଆସିଲେ ପୂର୍ବଭଳି ଡୋର ଟୁ ଡୋର ସର୍ଭେ ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
‘ବାତ୍ୟା ପର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ହେବ ସର୍ଭେ’ ରାଜ୍ୟରେ ବାତ୍ୟା ୟସରେ ପ୍ରଭାବିତ ହୋଇଥିବା ଜିଲ୍ଲାରେ ଟେଷ୍ଟିଂ, ଟୀକାକରଣ ଓ ସର୍ଭେ ପ୍ରକ୍ରିୟା ବନ୍ଦ ରହିଥିଲା । ଯେହେତୁ ଟେଷ୍ଟିଂ କମିଛି ତେଣୁ ରାଜ୍ୟରେ ଆଜି ଦୈନିକ ସଂକ୍ରମଣ ମଧ୍ୟ କମିଛି । ବାତ୍ୟାରେ ପ୍ରଭାବିତ ହୋଇଥିବା ଅଞ୍ଚଳରେ ସ୍ଥିତିରେ ସୁଧାର ଆସିଲେ ଟେଷ୍ଟିଂ, ଟୀକାକରଣ ଓ ସର୍ଭେ ପ୍ରକ୍ରିୟାକୁ ଜୋରଦାର କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ପ୍ରଭାବିତ ଅଞ୍ଚଳରେ ଲୋକମାନେ ବାତ୍ୟା ଆଶ୍ରୟ ସ୍ଥଳୀରୁ ଫେରିଲେ ଭ୍ୟାକ୍ସିନେସନ ଓ ଟେଷ୍ଟିଙ୍ଗ ଜୋରଦାର ଆରମ୍ଭ ହେବ । ପୂର୍ବରୁ ପଜିଟିଭ 20+ ରେ ଥିଲା ଏବେ ଏହା 14 କୁ ଖସିଆସିଛି । ବାତ୍ୟା ଦ୍ୱାରା ଆମର କୌଣସି ଜିଲ୍ଲାରେ ବି କୋଭିଡ ଇନଫ୍ରାଷ୍ଟ୍ରାକ୍ଟର ନଷ୍ଟ ହୋଇନାହିଁ। ଆଇସିୟୁରେ ଅତି ଗୁରୁତର କୋରୋନା ରୋଗୀ ବହୁଦିନ ହେବ ରହି ଚିକିତ୍ସିତ ହେଉଥିବା ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ଆସୁଛି । ଆଗକୁ ଲକଡାଉନ ହେବା ନେଇ ବିଶେଷଜ୍ଞଙ୍କମାନଙ୍କ ସହିତ ଆଲୋଚନା କରାଯାଉଛି । ତା ପରେ ଲକଡାଉନ ଉପରେ ଚିନ୍ତା କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ