ଓଡିଶା

odisha

ETV Bharat / city

ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମିଳିବ ଡୋର ସର୍ଭିସ, ଘରେ ହେବ ଟେଷ୍ଟିଂ - ଡୋର ସର୍ଭିସ

ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମିଳିବ ଡୋର ସର୍ଭିସ। ରବିବାର ଠାରୁ ଭୁବନେଶ୍ବରରେ ବୟସ୍କ ହେଉ ଅବା ଗର୍ଭବତୀ ମହିଳାଙ୍କୁ ମିଳିବ ଡୋର ସର୍ଭିସ। ଅଧିକ ପଢନ୍ତୁ...

ବୟସ୍କ ଲୋକଙ୍କ ଭଳି ଭିନ୍ନକ୍ଷମ ଲୋକଙ୍କୁ ମିଳିବ ଡୋର ସର୍ଭିସ
ବୟସ୍କ ଲୋକଙ୍କ ଭଳି ଭିନ୍ନକ୍ଷମ ଲୋକଙ୍କୁ ମିଳିବ ଡୋର ସର୍ଭିସ

By

Published : May 22, 2021, 5:58 PM IST

ଭୁବନେଶ୍ବର: ବୟସ୍କଙ୍କ ଭଳି ଭିନ୍ନକ୍ଷମଙ୍କୁ ମିଳିବ ଡୋର ସର୍ଭିସ। ରବିବାର ଠାରୁ ଭୁବନେଶ୍ବରରେ ବୟସ୍କ ହେଉ ଅବା ଗର୍ଭବତୀ ମହିଳାମାନଙ୍କୁ ମିଳିବ ଡୋର ସର୍ଭିସ।

ବୟସ୍କ ଲୋକଙ୍କ ଭଳି ଭିନ୍ନକ୍ଷମ ଲୋକଙ୍କୁ ମିଳିବ ଡୋର ସର୍ଭିସ

ପୂର୍ବରୁ ବୟସ୍କ ଲୋକଙ୍କୁ ଗାଡିରେ ନେଇ ଟିକା ଦେଉଥିଲେ । କିନ୍ତୁ ରବିବାର ଠାରୁ ଭିନ୍ନକ୍ଷମଙ୍କ ପାଇଁ ଲାଗୁ କରାଯିବ ଟେଷ୍ଟିଂ ବ୍ୟବସ୍ଥା । ବରିଷ୍ଠ ଓ ଗର୍ଭବତୀ ମହିଳା1929ରେ କଲ କଲେ ଘରେ ଟେଷ୍ଟ ହୋଇପାରୁଛି । ସେହିଭଳି ଭାବରେ ରବିବାର ଠାରୁ ଏହା ଭିନ୍ନକ୍ଷମ ଲୋକଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଉଛି।

ରବିବାର ଠାରୁ ଟେଷ୍ଟ ପାଇଁ ସ୍ଲଟ ବୁକିଙ୍ଗ କରିପାରିବେ। ଏନେଇ ବିଏମସି ସମ୍ପୂର୍ଣ୍ଣ ଭାବରେ ବ୍ୟବସ୍ଥା କରିବ। ଭୁବନେଶ୍ବରରେ ଲକଡାଉନ ସଫଳ କରିବାରେ ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଲକଡାଉନ ଫଳରେ ଅନେକ ସୁଫଳ ମିଳିଛି। ଭୁବନେଶ୍ବରରେ 15 ମେରେ ସର୍ବାଧିକ 1353 ପଜିଟିଭ କେସ ଆସିଥିଲା । ପରେ ସଂକ୍ରମଣ ସଂଖ୍ୟା କମିଛି। ଲକଡାଉନ ସଟଡାଉନ ପାଇଁ ଏହା ସମ୍ଭବ ହୋଇପାରିଛି। ଯେଉଁମାନେ ଅମାନିଆ ହେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଭୁବନେଶ୍ବରରେ ସରକାରଙ୍କ ଦ୍ବାରା ପରିଚାଳିତ ହସ୍ପିଟାଲରେ ଶଯ୍ୟା ଯଥେଷ୍ଟ ମାତ୍ରାରେ ରହିଛି। ଯେପରିକି ଜେନେରାଲ ଅକ୍ସିଜେନ ବେଡ଼ ଓ ଆଇସିୟୁ ବେଡ଼ ମଧ୍ୟ ରହିଛି। ଅକ୍ସିଜେନ ପାଇଁ ସ୍ବତନ୍ତ୍ର ଗାଡ଼ି ରହିଛି ଯାହା ଫିଲିଂ ସେଣ୍ଟରରୁ ହସ୍ପିଟାଲକୁ ଅକ୍ସିଜେନ ଯୋଗାଇବାରେ କାର୍ଯ୍ୟ କରୁଛି।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details