ଭୁବନେଶ୍ବର:ପୌର ନିର୍ବାଚନ ବା BMC ନିର୍ବାଚନ ପାଇଁ ସଂରକ୍ଷଣ ତାଲିକା ଦାଖଲ ପରେ ରାଜଧାନୀ ରାଜନୀତି ବେଶ ସରଗରମ ହୋଇଉଠିଛି । ବନ୍ଦ ଲଫାପାରେ ସଂରକ୍ଷଣ ତାଲିକା ରହିଛି । ୨୭ଟି ୱାର୍ଡର କର୍ପୋରେଟର ଆସନ ପାଇଁ ପଛୁଆବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସ୍ଥାନ ସଂରକ୍ଷିତ ରହିଛି । ଏଥିରେ ପଛୁଆ ବର୍ଗଙ୍କ ପାଇଁ ୧୮ଟି, ଅନୁସୂଚିତ ଜାତି(SC)ଙ୍କ ପାଇଁ ୬ଟି ଓ ଅନୁସୂଚିତ ଜନଜାତି(ଏସ୍ଟି)ଙ୍କ ପାଇଁ ୩ଟି ସ୍ଥାନ ସଂରକ୍ଷିତ ରଖାଯାଇଛି । ୨୦ଟି ଆସନ ସାଧାରଣ ବର୍ଗର ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ରହିଛି।
କିନ୍ତୁ କେଉଁ ୱାର୍ଡରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି ସେନେଇ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇନି । ହେଲେ ଏହା ପୂର୍ବରୁ ସୋସିଆଲ ମିଡିଆର ବୁଲୁଥିବା ମିଛ ଲିଷ୍ଟକୁ ନେଇ
ବିଜେଡି ଆଶାୟୀଙ୍କ ମଧ୍ୟରେ ଛନକା ପଶିଗଲାଣି । ବହୁ ବର୍ଷ ଧରି ୱାର୍ଡ ଉପରେ ନିଜର ଦବ୍ଦବା ରଖିଥିବା ନେତାଙ୍କର ପତିଆରା ଏଥର ହ୍ରାସ ପାଇବାର ଆଶଙ୍କା ଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ନେତାଏ ।