ଭୁବନେଶ୍ବର: ରାଜଧାନୀରେ ଆଉ 16 କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଏହାକୁ ନେଇ ଆତଙ୍କିତ ନ ହେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଏହି ବାର୍ତ୍ତା ଦେଇଛନ୍ତି ।
ଆତଙ୍କିତ ହୁଅନ୍ତୁ ନାହିଁ, ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ - Don't panic, stay home
ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ରାଜ୍ୟବାସୀଙ୍କୁ କୋରୋନାକୁ ନେଇ ଆତଙ୍କିତ ହେବାକୁ ମନା କରିଛନ୍ତି । ଏହାସହ ଘରେ ରହିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଆତଙ୍କିତ ହୁଅନ୍ତୁ ନାହିଁ, ଘରେ ରୁହନ୍ତୁ: ମୁଖ୍ୟମନ୍ତ୍ରୀ
ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି, ଲାକଡାଉନକୁ ମାନନ୍ତୁ, ବାହାରକୁ ଯାଆନ୍ତୁ ନାହିଁ । ଉଲଙ୍ଘନକାରୀଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସାମାଜିକ ଦୂରତା ବଜାୟ ନରଖିଲେ ଜିରୋ ଟଲୋରେନ୍ସ ଭାବେ ଗ୍ରହଣ କରାଯିବ । ଏହାସହ ତୁରନ୍ତ ଅପରାଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ