ଭୁବନେଶ୍ବର:କୋରୋନା ସଚେତନ କରୁଛି କୁକୁର । ଆଜି କାଲି ଦୁନିଆରେ ଲୋକଙ୍କ ମାନବ ପଣିଆ ହଜିବାର ଅନେକ ଦୃଶ୍ୟ ଆମେ ଦେଖିଛନ୍ତି । କିନ୍ତୁ ଭୁବନେଶ୍ବରରେ କୁକୁରମାନଙ୍କ ପ୍ରତି ପ୍ରେମ, ସମ୍ବେଦନଶୀଳ ଭାଵ ଦେଖାଇ ପ୍ରଶଂସା ସାଉଁଟୁଛନ୍ତି ଭୁବନେଶ୍ବର ୟୁନିଟ-୫ ଅଞ୍ଚଳରେ ରହୁଥିବା ପ୍ରକାଶ ମହାରଣା। ବେଶ ଖୁସିରେ ପ୍ରକାଶଙ୍କ ଗାଡ଼ିରେ ବୁଲୁଛନ୍ତି ଏହି କୁକୁରମାନେ। ଏମାନେ ହେଉଛନ୍ତି ପ୍ରକାଶ ମହାରଣାଙ୍କ ପିଲା ପରି। ଛୋଟ ବେଳୁ ଏମାନଙ୍କୁ ଘରେ ନିଜର ପରିବାରର ସଦସ୍ୟ ଭାବେ ରଖିଛନ୍ତି । ପ୍ରକାଶ ଅତି ଗେଲ୍ହାରେ ସେମାନଙ୍କ ନାଁ ରଖିଛନ୍ତି ସୁଇଟି, ଚନ୍ଦ୍ରମୁଖୀ ଆଉ ଓଟି। ସକାଳେ ନିୟମିତ ଦୌଡିବା ସହ ବଜାର ବୁଲିବା ତାଙ୍କ ଅଭ୍ୟାସ।
ଏପଟେ କୋରୋନାକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ସହ ସୁରକ୍ଷା ପାଇଁ ଜଣଙ୍କୁ ହେଲମେଟ ପିନ୍ଧିବାର ଅଭ୍ୟାସ ମଧ୍ୟ କରାଇଛନ୍ତି । ନିଜ ପିଲାଙ୍କ ଭଳି ତାଙ୍କୁ ଭଲପାଇବା ଦେଉଛନ୍ତି ପରିବାରର ଲୋକେ । ଆଗକୁ ମଧ୍ୟ ଏମାନଙ୍କୁ ଆହୁରି ପ୍ରଶିକ୍ଷଣ ଦେବେ।