ଭୁବନେଶ୍ବର: ରାସ୍ତାରେ ହେଲମେଟ ପିନ୍ଧି ଗାଡି ଚଳାଇବା ପାଇଁ ରାଜ୍ୟ ସରକାର ବାରମ୍ବାର ଲୋକଙ୍କୁ ସଚେତନ କରି ଆସୁଛନ୍ତି। ହେଲେ ଲୋକ ମାନେ ସବୁବେଳେ ଅବୁଝା । କିନ୍ତୁ କୁକୁରକୁ ହେଲମେଟ ପିନ୍ଧାଇ ସଚେତନ କରୁଛନ୍ତି ରାଜଧାନୀବାସୀ ପ୍ରକାଶ ମହାରଣା ।
ଗାଡି ଚଲାଇବା ସମୟରେ ହେଲମେଟ ପିନ୍ଧିବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ତଥାପି ସଚେତନ ହୋଇନାହାନ୍ତି ଲୋକେ । ଦୈନିକ ଭାବରେ ଶହ ଶହ ଲୋକ ବିନା ହେଲମେଟରେ ଗାଡି ଚଳାଇ ମୋଟା ଅଙ୍କର ଫାଇନ ଗଣୁଛନ୍ତି । କିନ୍ତୁ ରାଜଧାନୀ ଭୁବନେଶ୍ବରରେ ରହୁଥିବା ପ୍ରକାଶ ମହାରଣା ନିଜ ପୋଷା କୁକୁରକୁ ହେଲମେଟ ପିନ୍ଧାଇ ଲୋକମାନଙ୍କୁ ସଚେତନ କରିଛନ୍ତି । ସେ ମୋଟ 3ଟି କୁକୁର ପାଳିଛନ୍ତି । ସେ ରାସ୍ତାକୁ ବାହାରିବା ପରେ ନିଜେ ହେଲମେଟ ପିନ୍ଧିବା ସହିତ କୁକୁରକୁ ମଧ୍ୟ ହେଲମେଟ ପିନ୍ଧାଉଛନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସେ ଏଭଳି କରୁଥିବା କହିଛନ୍ତି ।