ଭୁବନେଶ୍ବର: ପି.ପ୍ରିୟଙ୍କା ରାଣୀ ପାତ୍ରଙ୍କ ଦୁଇ କିଡନୀକୁ ସଫଳ ରୂପେ ପ୍ରତ୍ୟାରୋପଣ କରାଯାଇଛି । ଫଳରେ ଦୁଇ ଜଣଙ୍କ ଜୀବନ ରକ୍ଷା ହୋଇପାରିଛି । ରାଜ୍ୟରେ ପ୍ରଥମ ଥର କିଡନୀ ପ୍ରତ୍ୟାରୋପଣ କରିଥିବା ଏସସିବି ମେଡିକାଲ ଓ ଆପୋଲୋ ହସ୍ପିଟାଲକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଏହା ମାଇଲ ଖୁଣ୍ଟି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏକ୍ଷେତ୍ରରେ ଡାକ୍ତରଙ୍କ ଦକ୍ଷତାକୁ ଉଚ୍ଚ ପ୍ରସଂଶା ମଧ୍ୟ କରାଯାଇଛି । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ କରିବା ପାଇଁ ସରକାର ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ କହିଛନ୍ତି । ସୂଚନାନୁଯାୟୀ, ମୃତ୍ୟୁ ପରେ ଅଙ୍ଗ ଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର " ସୁରଜ ସମ୍ମାନ " ଘୋଷଣା କରିଛନ୍ତି ।