ଓଡିଶା

odisha

By

Published : Nov 15, 2019, 12:58 PM IST

ETV Bharat / city

ଯାଞ୍ଚ ହେବ ଡାକ୍ତରଙ୍କ ସାର୍ଟିଫିକେଟ

ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଚେତିଛନ୍ତି ରାଜ୍ୟ ସରକାର । ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବା ନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟଶାସନ ସଚିବ ।

ନକଲି ଡାକ୍ତର ସାବଧାନ, ଏବେ ହେବ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ବର: ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ହେବ ଯାଞ୍ଚ । ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି ଲେଖିଛନ୍ତି ମୁଖ୍ୟଶାସନ ସଚିବ ।

ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ହେବ ଯାଞ୍ଚ

ସମସ୍ତ ଡାକ୍ତର ନିଜନିଜ ସାର୍ଟିଫିକେଟ ମେଡିକୋ ଲିଗାଲ ଓପିନିଅନ ସିଷ୍ଟମ(medico legal opinion system) ମାଧ୍ୟମରେ ଦାଖଲ କରିବା ଆବଶ୍ୟକ । ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା (CRIME RECORD BUREAU) ନିକଟରେ ସମସ୍ତ ଡାକ୍ତରଙ୍କ ସଠିକ ତଥ୍ୟ ରହିବା ଆବଶ୍ୟକ । ମୋ ସରକାର ଯୋଜନାରେ ସ୍ବଚ୍ଛତା ବଜାୟ ରଖିବା ସହ ସମସ୍ତ ଡାକ୍ତରଙ୍କ ସମ୍ପର୍କରେ ସଠିକ ତଥ୍ୟ ରହିବା ନେଇ ଏଭଳି ପଦକ୍ଷେପ ନିଆଯାଇଛି ।

ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ବାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବା ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details