ଓଡିଶା

odisha

ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମାନୀ: ଡ୍ୟୁଟି ସରିଯିବାରୁ ଦେଖିଲେନି ରୋଗୀ

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ ରୋଗୀସେବା ଅଭିଯୋଗ । ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେ ନାହିଁ ଡାକ୍ତର। ଘଣ୍ଟା ଘଣ୍ଟା ଧରି ଅପେକ୍ଷା ପରେ ବି ଡାକ୍ତର ନଦେଖିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି।

By

Published : Dec 9, 2019, 11:49 PM IST

capital hospital
କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ: ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେନି

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ ରୋଗୀ ସେବା ଅଭିଯୋଗ। ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେ ନାହିଁ ଡାକ୍ତର। ଘଣ୍ଟାଘଣ୍ଟା ଧରି ଅପେକ୍ଷା ପରେ ବି ଡାକ୍ତର ନଦେଖିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖିବାକୁ ମିଳିଛି।

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ମନମୁଖୀ: ଡ୍ୟୁଟି ସରିଯିବାରୁ ରୋଗୀଙ୍କୁ ଦେଖିଲେନି

ରାଜ୍ୟ ସରକାର ‘ମୋ ସରକାର’ ଯୋଜନା କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଏପରି ଚିତ୍ର ଯୋଜନାକୁ ପରିହାସ କରୁଥିବାର ମନେ ହେଉଛି । ସୂଚନା ଅନୁଯାୟୀ, ପୁରୀର 65 ବର୍ଷୀୟା ବାସନ୍ତୀ ସୁନ୍ଦରାୟ ଦୁଇଦିନ ତଳେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିଲେ । ସେହିଦିନ ସେ ଧାଡିରେ ଛିଡା ହୋଇଥିଲେ ବି ଡାକ୍ତରଙ୍କ ସହ ଦେଖା ହୋଇପାରିନଥିଲା।

ଯେଉଁଥିପାଇଁ ସେ ସୋମବାର ପୁଣି ଆସିଥିଲେ । ହେଲେ ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇଥିବାବେଳେ ଆଜି ବି ଡ୍ୟୁଟି ସରିଯିବାରୁ ଡାକ୍ତର ଦେଖାଇ ପାରିନାହାଁନ୍ତି । ତେବେ ତାଙ୍କ ସହିତ ଅନ୍ୟ ରୋଗୀମାନେ ମଧ୍ୟ ଏପରି ଅସୁବିଧାର ସମ୍ମୁଖୀନ ହେବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉତ୍ତେଜନା ଦେଖାଦେବାରୁ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ସେପଟେ ଏ ବାବଦରେ ବାସନ୍ତୀ ସୁନ୍ଦରାୟଙ୍କ ସମ୍ପର୍କୀୟ ହସ୍ପିଟାଲ ନିର୍ଦେଶକଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details