ଭୁବନେଶ୍ବର: ଖୋଲିବ ପ୍ଲେ ସ୍କୁଲ । ପାଠ ପଢିବେ କୁନି ପିଲା । ଆସନ୍ତା ୧୪ ତାରିଖରୁ ରାଜ୍ୟର ଘରୋଇ ପ୍ଲେ ସ୍କୁଲଗୁଡିକୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । କୋଭିଡ କଟକଣା ମଧ୍ୟରେ ପରିଚାଳନା କରାଇବାକୁ ନିର୍ଦ୍ଦେଶ । କିନ୍ତୁ ଚିନ୍ତାରେ ପଡିଛନ୍ତି ଅଭିଭାବକ ।
କୋଭିଡକୁ ନେଇ ଭୟଭୀତ ଥିବାବେଳେ ବିନା ଭ୍ୟାକ୍ସିନରେ ପିଲାଙ୍କୁ କେମିତି ସ୍କୁଲ ଛାଡିବେ ସେନେଇ ଦ୍ୱନ୍ଦ୍ୱରେ ଥିବା ଅଭିଭାବକ କହିଛନ୍ତି । କୁନି କୁନି ପିଲାମାନଙ୍କୁ କିପରି ସେମାନଙ୍କ ଭାଷାରେ ସଚେତନ କରି ପୁଣି ସ୍କୁଲ ବ୍ୟବସ୍ଥା ସହ ଜଡିତ କରିହେବ ତାକୁ ନେଇ ଆରମ୍ଭ ହୋଇଛି ଆଲୋଚନା । କେବଳ ଶିକ୍ଷା ନୁହେଁ ପିଲାଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ମଧ୍ୟ କର୍ତ୍ତୃପକ୍ଷ । ତେଣୁ ଖେଳ କୁଦରେ ପିଲାଙ୍କୁ ସାନିଟାଇଜେସନ ଶିଖାଇବା, ଖାଇବା ପୂର୍ବରୁ ହାତ ଧୋଇବା ଶିଖାଇବା ପାଇଁ ଏବେ ପ୍ରସ୍ତୁତ ହେଉଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସେହିଭଳି ପ୍ରତି ୪ ଜଣରେ ଜଣେ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ନିୟୋଜିତ କରିବା ପାଇଁ ମଧ୍ୟ ଯୋଜନା କରାଯାଉଛି ।