ଓଡିଶା

odisha

ETV Bharat / city

ମହଙ୍ଗା ପଡିଲା ଚିକେନ ଝୋଳ, ଧରାପଡିଗଲେ ଡକାୟତି ଦଳ - commissionerate police

ଡକାୟତି ଯୋଜନା ପୁର୍ବରୁ ଭୋଜିର ଆୟୋଜନ। ଡକାୟତ ମାନଙ୍କ ପାଇଁ ହେଲା କାଳ। କାରଣ ଦେଶି ଚିକେନ ଆଣିବାକୁ ଯାଇ ଫସିଗଲା ଡକାୟତି ଗ୍ଯାଙ୍ଗର ଜଣେ ସଦସ୍ଯ। ଆଉ ତାକୁ ପିଛା କରୁକରୁ ଧରାପଡିଲେ ପୁରା ୫ ଜଣିଆ ଦଳ। ଅଧିକ ପଢନ୍ତୁ..

docaity-gang-arrested-by-commissionerate-police
docaity-gang-arrested-by-commissionerate-police

By

Published : Jun 10, 2020, 10:33 PM IST

ଭୁବନେଶ୍ବର: ମହଙ୍ଗା ପଡିଲା ଚିକେନ ଝୋଳ। ଧରାପଡିଗଲେ ଡକାୟତି ଦଳ। ଡକାୟତି ଯୋଜନା ପୁର୍ବରୁ ଭୋଜିର ଆୟୋଜନ। ଡକାୟତ ମାନଙ୍କ ପାଇଁ ହେଲା କାଳ। କାରଣ ଦେଶି ଚିକେନ ଆଣିବାକୁ ଯାଇ ଫସିଗଲା ଡକାୟତି ଗ୍ଯାଙ୍ଗର ଜଣେ ସଦସ୍ଯ। ଆଉ ତାକୁ ପିଛା କରୁକରୁ ଧରାପଡିଲେ ପୁରା ୫ ଜଣିଆ ଦଳ। ଏୟାର ଫିଲଡ ଥାନା ଅଂଚଳରୁ ଏମିତି ଏକ ଗ୍ଯାଙ୍ଗକୁ ଠାବ କରି ଗିରଫ କରିଛି କମିସନରେଟ ପୋଲିସ। ସେମାନଙ୍କ ଠାରୁ ୭୫୦୦ ଟଙ୍କା ସହ ୩ଟି ଖଣ୍ଡା ଗୋଟିଏ ଦେଶି ମାଉଜର ଓ ୨ରାଉଣ୍ଡ ଗୁଳି ସହ ୨ଟି ବାଇକ ଜବତ କରିଛି ପୋଲିସ।

ମହଙ୍ଗା ପଡିଲା ଚିକେନ ଝୋଳ, ଧରାପଡିଗଲେ ଡକାୟତି ଦଳ

ତେବେ ସୁଚନା ମୁତାବକ ଏୟାରଫିଲଡ ପଞ୍ଚୁପାଲି ଅଞ୍ଚଳରେ ଏକ ବିଲ ଅଞ୍ଚଳ କନଷ୍ଟ୍ରକସନ ସାଇଟରେ ଏହି ଡକାୟକି ଗ୍ଯାଙ୍ଗ ରଚୁଥିଲେ ଡକାୟତିର ବ୍ଲୁପ୍ରିଣ୍ଟ । ଡକାୟତି ପାଇଁ ଯୋଜନା କରି ତା ପୁର୍ବରୁ ଭୋଜି କରିବା ପାଇଁ ମନ ବଳାଇଥିଲେ। ଏଥିପାଇଁ ଦେଶି ଚିକେନ ପାଇଁ ଜଣକୁ କଲ କରି ଅର୍ଡର କଲେ ବୋତଣ୍ଡା ପାଖାପାଖି ଅଞ୍ଚଳରେ ଦେଶି ଚିକେନ କିଣି ଦୁଇଜଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସ୍ଥାନ ଆଡକୁ ଯାଉଥିଲେ। ତେବେ ପୁର୍ବରୁ ଦାଦାବଟି କେସରେ ଥିବା ଜଣେ ଅଭିଯୁକ୍ତ ସମ୍ପର୍କରେ କମିସନରେଟ ପୋଲିସକୁ ସୂଚନା ମିଳିଥିଲା ।

ଆଉ ତାକୁ ପିଛା କରିବାକୁ କହି କୁଇକ ଆକ୍ସନ ଏକ ଟିମ ଦୁଇ ଜଣଙ୍କ ପଛେ ପଛେ ଘଟଣାସ୍ଥଳର ସୁରାକ ପାଇଲେ । ତେବେ ଭୋଜି ବେଳେ ୫ ଜଣଙ୍କୁ ଏକାବେଳେ ମାଡି ବସିଲେ କୁଇକ ଆକ୍ସନ ଟିମ। ସେମାନଙ୍କ ମଧ୍ଯରେ ଥିଲେ ଅନିଲ ବଳିଆର ସିଂ, ଅମିର ଜୟସିଂ, ସୁକାନ୍ତ ଭାରୀମଲ, କାଶିନାଥ ସାମନ୍ତରାୟ, ପରମାନନ୍ଦ ଭାରିମଲ ସମସ୍ତେ ପଞ୍ଚପାଲିର। ଏମାନଙ୍କ ଅନେକଙ୍କ ନାରେ ଦାଦାବଟି ଭଳି ମାମଲା ରହିଛି । ତେବେ ଗିରଫ ପରେ କମିସନରେଟ ପୋଲିସ ବଡ ଡକାୟତି ଯୋଜନାର ଫସର ଫଟାଇଥିଲେ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details