ଓଡିଶା

odisha

ETV Bharat / city

ରୋଗାଗ୍ରସ୍ତ ଥିଲେ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ ଶ୍ରମିକ: ରେଳ ମନ୍ତ୍ରଣାଳୟ - lockdown

ଅନେକ ସମୟରେ କେତେକ ଅସୁସ୍ଥ ଶ୍ରମିକ ଟ୍ରେନରେ ଯାତ୍ରା କରୁଛନ୍ତି । କୋଭିଡ-19 ପାଇଁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରୀ ଗୁରୁତର ହୋଇପଡୁଛି । ଯାହାକୁ ନେଇ ଭାରତୀୟ ରେଳମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି ହୋଇଛି । ଅଧିକ ପଢନ୍ତୁ...

ରୋଗାଗ୍ରସ୍ତ ଥିଲେ ଶ୍ରମିକ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ:ରେଳ ମନ୍ତ୍ରଣାଳୟ
ରୋଗାଗ୍ରସ୍ତ ଥିଲେ ଶ୍ରମିକ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ:ରେଳ ମନ୍ତ୍ରଣାଳୟ

By

Published : May 29, 2020, 11:55 AM IST

ଭୁବନେଶ୍ବର: ଦେଶରେ ପୁନଃ ଆରମ୍ଭ ହୋଇଯାଇଛି ରେଳସେବା । ଏହି ସମୟରେ ଅନେକ ଶ୍ରମିକ ସ୍ପେଶାଲ ଟ୍ରେନ ଯୋଗେ ଘରକୁ ଫେରୁଛନ୍ତି । ପୂର୍ବରୁ ରୋଗାଗ୍ରସ୍ତ ଥିଲେ ଶ୍ରମିକ ସ୍ପେଶାଲ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ । ଅତି ଜରୁରୀ ନଥିଲେ ଶ୍ରମିକଙ୍କୁ ଟ୍ରେନରେ ଯିବାକୁ ବାରଣ କରିଛି ଭାରତୀୟ ରେଳମନ୍ତ୍ରଣାଳୟ ।

ରୋଗାଗ୍ରସ୍ତ ଥିଲେ ଶ୍ରମିକ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ:ରେଳ ମନ୍ତ୍ରଣାଳୟ

ଅନେକ ସମୟରେ କେତେକ ଅସୁସ୍ଥ ଶ୍ରମିକ ଟ୍ରେନରେ ଯାତ୍ରା କରୁଛନ୍ତି । କୋଭିଡ-19 ପାଇଁ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଆହୁରି ଗୁରୁତର ହୋଇପଡୁଛି । ଫଳରେ ଶ୍ରମିକ ଟ୍ରେନରେ ଯାତ୍ରା ସମୟରେ ପୂର୍ବରୁ ଥିବା ରୋଗ ଦ୍ବାରା ସେମାନଙ୍କ ମୃତ୍ୟୁ ଭଳି ଦୁର୍ଭାଗ୍ୟପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ରେଳ ମନ୍ତ୍ରଣାଳୟ ଦ୍ବାରା ଗୃହ ମନ୍ତ୍ରଣାଳୟର ଆଦେଶ କ୍ରମିକ ସଂଖ୍ୟା 40-3/2020-DM-l(A) ତାରିଖ-17.05.2020 ଅନୁଯାଇ ଏନେଇ ନିବେଦନ କରାଯାଇଛି । ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, କର୍କଟ ରୋଗ, କମ ପ୍ରତିରକ୍ଷା ବା ପ୍ରତିରୋଧକ ଶକ୍ତି କମ ଥିବା ବ୍ୟକ୍ତି, ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ବୟସର ପିଲା ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନେ ଜରୁରୀ ନଥିଲେ ଯାତ୍ରାର ବିରତ ରୁହନ୍ତୁ ବୋଲି କୁହାଯାଇଛି ।

ଏହି ସମୟରେ ନାଗରିକଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇବାକୁ ରେଳ ବିଭାଗ 24 ଘଣ୍ଟା 7 ଦିନ କାମ କରୁଛି । ପ୍ରାଥମିକ ଦୃଷ୍ଟିରୁ ସମସ୍ତ ଯାତ୍ରୀଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ତେଣୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେଲେ ରେଳ ବିଭାଗକୁ ସୂଚନା ଦେବାରେ ପଛଘୁଞ୍ଚା ଦୁଅନ୍ତୁ ନାହିଁ । ଭାରତୀୟ ରେଳ ଲୋକଙ୍କ ସେବାରେ ସର୍ବଦା ତତ୍ପର ରହିବା ଏଥିପାଇଁ ହେଲ୍ପ ଲାଇନ ନଂ 139 ଏବଂ 138 ଜାରି କରିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details