ଭୁବନେଶ୍ବର:୧୨ରୁ ଉର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ଟିକାକୁ ଅନୁମତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡ଼ିଏମଇଟି । ଛୋଟ ପିଲାଙ୍କୁ ଜାଇଡ଼ସ୍ କାଡ଼ିଲା ଟିକା ଦେବା ନେଇ ଏପର୍ଯ୍ୟନ୍ତ କେନ୍ଦ୍ର ପକ୍ଷରୁ କୌଣସି ଗାଇଡ଼ ଲାଇନ ଆସିନାହିଁ । ଗାଇଡ଼ଲାଇନ ଆସିବା ପରେ ଟିକା ଦେବା ପାଇଁ ବ୍ୟବସ୍ଥା କରାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ।
ବାରରୁ ଉର୍ଦ୍ଧ୍ବ ବୟସ୍କ ପିଲାଙ୍କୁ ଟିକା ଅନୁମତି, ଡ଼ିଏମଇଟି କହିଲେ ଗାଇଡଲାଇନ ଆସିଲେ ଦିଆଯିବ
୧୨ରୁ ଉର୍ଦ୍ଧ୍ବ ବୟସର ପିଲାଙ୍କ ପାଇଁ ଟିକାକୁ ଅନୁମତି ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡ଼ିଏମଇଟି । ଅଧିକ ପଢନ୍ତୁ...
ଆମ ରାଜ୍ୟରେ ବର୍ତ୍ତମାନ ଯେଉଁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୧୨ ପ୍ରତିଶତ ଶିଶୁ ରହୁଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହିବା ନେଇ ଡ଼ିଏମଇଟି କହିଛନ୍ତି ଏଠି ଲୋକମାନେ କୋଭିଡ ନିୟମ ମାନୁନଥିବାରୁ ସଂକ୍ରମଣ ବଢୁଛି । ହାଟ ବଜାର ଲୋକମାନେ ଗହଳି କରି ସଂକ୍ରମଣକୁ ନିମନ୍ତ୍ରଣ କରୁଛନ୍ତି। ବୁଷ୍ଟର ଡୋଜ ଦେବା ନେଇ ଆମ ନିକଟକୁ କୌଣସି ଗାଇଡ଼ ଲାଇନ ଆସିନାହିଁ । ଇସ୍ରାଏଲ ସମେତ କିଛି ଦେଶରେ ବୁଷ୍ଟର ଡୋଜ ଦିଆଯାଉଛି । ବର୍ତ୍ତମାନ ଗାଇଡ଼ ଲାଇନ ଆସିନାହିଁ । ଆଗକୁ ଯଦି ଆବଶ୍ୟକତା ପଡେ କେନ୍ଦ୍ର ସରକାର ଗାଇଡ଼ଲାଇନ ପ୍ରକାଶ କରନ୍ତି ତେବେ ଦିଆଯିବ ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ