ଭୁବନେଶ୍ବର: ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚକୁ ନେଇ ଶାସକ ଦଳ ବିଧାୟକ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ଡିଏମଏଫ ପାଣ୍ଠି ନିୟମାବଳୀ ଅନୁଯାଇ ଖଣି ଅଞ୍ଚଳରେ 10 କିଲୋମିଟର ମଧ୍ୟରେ ଖର୍ଚ୍ଚ ହେଉନି । ଏପରିକି ଡିଏମଏଫ ଟ୍ରଷ୍ଟ ବୋର୍ଡ ମଧ୍ୟ ଗଠନ ହେଉନି । ତେବେ ଟ୍ରଷ୍ଟ ବୋର୍ଡ ତ ନାହିଁ କୋଟି କୋଟି ଟଙ୍କା କେମିତି ଆଉ କେଉଁ ଆଧାରରେ ଖର୍ଚ୍ଚ ହେଉଛି ବୋଲି ବିଜେଡି ଵିଧାୟକ କିଶୋର ମହାନ୍ତି ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।
ଆଇନ ଅନୁସାରେ ପାଣ୍ଠି ଖର୍ଚ୍ଚ ହେଉଥିବା ବିଧାୟକ ଅଭିଯୋଗ କରିଛନ୍ତି । ତେବେ ଡିଏମଏଫକୁ ସ୍ଥାନୀୟ ଅଞ୍ଚଳରେ ବିନିଯୋଗ କେମିତି ସୁଚାରୁରୂପେ ହେବ, ତାକୁ ନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାକୁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ପାଣ୍ଠି ବିନିଯୋଗ ଗାଇଡଲାଇନର ଯେଭଳି ଉଲ୍ଲଙ୍ଘନ ନ ହୁଏ, ସେ ଦିଗରେ ନିଶ୍ଚିତ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।