ଭୁବନେଶ୍ବର:ନିପା ଭାଇରସକୁ ନେଇ ସତର୍କ କରାଇଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି। ଏହି ଭାଇରସ ନୂଆ ନୁହେଁ, ଏହା କୋଚିତ ଦେଖାଯାଇଥାଏ। ଏହି ଭାଇରସ କେବେ ହେଲେ ମହାମାରୀ ଭାବରେ ଆସିନାହିଁ। ଏହି ଭାଇରସ ମଣିଷ ଠାରୁ ମଣିଷକୁ ବ୍ୟାପୁଛି। ଏହା କେବଳ ଆଉଟ ବ୍ରେକ ଭାବରେ ହୋଇଛି। ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ। ଏହାକୁ ଭୌଗଳିକ ପରିସ୍ଥିତିରେ ନିୟନ୍ତ୍ରଣ କରାଯାଉଛି ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି।
ନିପା ଭାଇରସକୁ ନେଇ DMETଙ୍କ ସତର୍କବାଣୀ
ନିପା ଭାଇରସକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ସତର୍କବାଣୀ । କହିଲେ, ଏହି ଭାଇରସ ନୂଆ ନୁହେଁ, ସଚେତନ ରହିବା ଆବଶ୍ୟକ । ଅଧିକ ପଢନ୍ତୁ...
ନିପା ଭାଇରସକୁ ନେଇ ସତର୍କ କରାଇଲେ DMET
ଅନ୍ୟପଟେ କେରଳରେ କିଛି ବ୍ୟକ୍ତି ଏହି ନିପା ଭାଇରସରେ ଆକ୍ରାନ୍ତ ହେବାର ସନ୍ଦେହ କରାଯାଉଛି। ଯାହା ଏବେ ବଢିବା ନେଇ ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ ଏହି ଭାଇରସରେ କିଛି ବ୍ୟକ୍ତି ମଧ୍ୟ ମୃତ୍ୟୁବରଣ କଲେଣି । ଆଉ କେତେକ ଆକ୍ରାନ୍ତ ହୋଇଛନ୍ତି । ଲୋକଙ୍କ ଆଚରଣ ବ୍ୟବସ୍ଥା ଓ ଅବସ୍ଥାକୁ ଦେଖିବାକୁ ହେବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ