ଭୁବନେଶ୍ବର: ଆରମ୍ଭ ହୋଇଛି ପାର୍ବଣ ଋତୁ । ଏହି ସମୟରେ ଭିଡ ଆରମ୍ଭ ହୋଇଥାଏ। ତେଣୁ ଏହି 3 ମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ସମୟକୁ ଲକ୍ଷ ରଖି କେନ୍ଦ୍ର ଶାସନ ସଚିବ ସତର୍କ କରାଇଛନ୍ତି। ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଲୋକମାନଙ୍କୁ ସଚେତନ କରାଯାଉଛି। କୋଭିଡ଼ ଆପ୍ରୋପ୍ରିଏଟ ବିହେଭିଅର(ଉପଯୁକ୍ତ ଆଚରଣ) କିଭଳି ଭାବରେ ପାଳନ ହେବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟରେ ଟୀକାକରଣ ଆଗେଇ ଚାଲିଛି। ଯେତିକି ଟିକା ମିଳୁଛି ତାହା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚିବ ସେନେଇ କାର୍ଯ୍ୟ ଚାଲିଛି।
ଏନେଇ ଲୋକଙ୍କ ସହଯୋଗର ଆବଶ୍ୟକତା ରହିଛି। ଭୁବନେଶ୍ୱରରେ ସଂକ୍ରମଣର କାରଣ ହେଉଛି ଭୁବନେଶ୍ୱର ହେଉଛି ଏକ ହେଲଥ ହବ। ରାଜ୍ୟର ସମସ୍ତ ସ୍ଥାନରୁ ଏବଂ ରାଜ୍ୟ ବାହାରୁ ଲୋକମାନେ ଏଠାକୁ ଆସୁଛନ୍ତି। ହସ୍ପିଟାଲ ଯିବା ପୂର୍ବରୁ ସେମାନଙ୍କର ସ୍କ୍ରିଙ୍ଗ ହେଉଛି। ଭୁବନେଶ୍ୱରର ରାସ୍ତାଘାଟ, ବଜାର ସବୁଠି ଭିଡ଼ ଦେଖିବାକୁ ମିଳୁଛି। ଟ୍ରେସିଂ ହେଉଛି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି।