ଭୁବନେଶ୍ବର:ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ଉନ୍ନତି ପାଇଁ ପ୍ରସ୍ତାବିତ ସୁନ୍ଦରଗଡରେ ଦ୍ୱିତୀୟ ଏମ୍ସ ପାଇଁ ନିର୍ମାଣ କାମ ଶେଷ ହୋଇଛି। ଆଜି (ମଙ୍ଗଳବାର) ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ତେଣୁ ରାଜ୍ୟ ସରକାର ଦ୍ବିତୀୟ ଏମସ ଉଦ୍ୟମ ଜାର ରଖିଛନ୍ତି । ଲୋକମାନଙ୍କର ଦାବିକୁ ସମ୍ମାନ ଜଣାଇ କେନ୍ଦ୍ର ପାଖରେ ଦାବି କରିଛୁ। ରାଜ୍ୟ ସରକାର ଜମି ଓ ଅର୍ଥ ବି ଯୋଗାଇ ଦେଇଛନ୍ତି। ମାତ୍ର କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନେଇନାହିଁ। କେନ୍ଦ୍ରର ନିଷ୍ପତିକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି ବୋଲି ଡିଏମଇଟି ଡା. ସିବିକେ ମହାନ୍ତି କହିଛନ୍ତି ।
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ଏମ୍ସକୁ ନେଇ କଣ କହୁଛନ୍ତି DMET ?
ପଶ୍ଚିମ ଓଡ଼ିଶାରେ ଉନ୍ନତ ମାନର ଚିକିତ୍ସ ଯୋଗାଇ ଦେବା ପାଇଁ ସୁନ୍ଦରଗଡରେ କରାଯିବ ଦ୍ୱିତୀୟ ଏମ୍ସ। ରାଜ୍ୟ ସରକାର ଏହାକୁ ନେଇ ସମସ୍ତ ସହଯୋଗ କରିଥିବା ବେଳେ କେନ୍ଦ୍ରର ନିଷ୍ପତି ଅପେକ୍ଷାରେ ରାଜ୍ୟ।
ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ଏମ୍ସକୁ ନେଇ କଣ କହୁଛନ୍ତି DMET ?
ଡିଏମଇଟି ଆହୁରି ମଧ୍ୟ କହିଛନ୍ତି ଯେ ଏମ୍ସ ଭଳି ଉନ୍ନତ ହସ୍ପିଟାଲ ହେଲେ ପଶ୍ଚିମ ଓଡିଶା ଲୋକମାନେ ଅଧିକ ଉପକୃତ ହେବେ ବୋଲି ଡ଼ିଏମଇଟି ସିବିକେ ମହାନ୍ତି କହିଛନ୍ତି। ସମସ୍ତେ ମିଳିମିଶି ରାଜ୍ୟବାସୀ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଆବଶ୍ୟକ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ