ଭୁବନେଶ୍ବର: ଶିଶୁଙ୍କ ସଂକ୍ରମଣ ଚିନ୍ତାଜନକ, ଶିଶୁମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବାକୁ ପଡିବ। ବିଶେଷ ଭାବେ ଜନ୍ମରୁ 18 ବର୍ଷ ବୟସ୍କଙ୍କ ମଧ୍ୟରେ ସଂକ୍ରମଣର ଆଶଙ୍କା ଅଧିକ ରହୁଛି । ପିଲାମାନେ ସ୍କୁଲ ଯାଉଥିବାବେଳେ ସେମାନଙ୍କୁ ସୁରକ୍ଷିତ ପରିବେଶରେ ରଖିବା ନିହାତି ଆବଶ୍ୟକ ବୋଲି ମତ ଦେଇଛନ୍ତି DMET ଡାକ୍ତର ସିବିକେ ମହାନ୍ତି ।
DMET କହିଛନ୍ତି ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଯଦି ସ୍କୁଲ କ୍ୟାମ୍ପସରେ ପିଲାଙ୍କର ସୁରକ୍ଷା ନିଆଯାଇପାରିବ, ତେବେ ସଂକ୍ରମଣ ମଧ୍ୟ ନିୟନ୍ତ୍ରଣରେ ରହିପାରିବ। ଏଥିପାଇଁ ପ୍ରଥମେ ଶିଶୁମାନଙ୍କୁ ସୁରକ୍ଷିତ ପରିବେଶରେ ସୁରକ୍ଷିତ ଭାବରେ ରଖିବାକୁ ପଡିବ। କୋରୋନାରୁ ରକ୍ଷା ପାଇବା କୋଭିଡ ଟିକା ବର୍ତ୍ତମାନ ଶିଶୁଙ୍କ ପାଇଁ ଆସିନାହିଁ । ତେଣୁ ଶିଶୁମାନେ କିଭଳି ସଂକ୍ରମଣର ଶିକାର ନହୁଅନ୍ତୁ, ସେ ନେଇ ସ୍କୁଲ କର୍ତ୍ତୃପକ୍ଷ ଓ କର୍ମଚାରୀମାନେ ନଜର ରଖିବା ଆବଶ୍ୟକ ।
ସେହିପରି ଶିଶୁଙ୍କ ପରିବାର ମଧ୍ୟ ଏଦିଗରେ ଯଥେଷ୍ଟ ଯତ୍ନବାନ ହେବାର ଆବଶ୍ୟକ ରହିଛି । କୋଭିଡର appropriate behavior ପାଳନ କଲେ ଶିଶୁଙ୍କ ପ୍ରତି ମଧ୍ୟ କୋଭିଡ଼ର ସଂକ୍ରମଣ ଆଶଙ୍କା ହ୍ରାସ ପାଇବ । ସମ୍ଭାବ୍ୟ ତୃତୀୟ ଲହର କିଭଳି ଓ କେବେ କେବେ ଆସୁଛି ତାହା ମଧ୍ୟ ଏଯାଏଁ ସ୍ପଷ୍ଟ ହୋଇନାହିଁ ।