ଭୁବନେଶ୍ବର :ରାଜ୍ୟରେ ସଂକ୍ରମଣ ହାର କମୁଛି । ସଂକ୍ରମିତଙ୍କ ସଂଖ୍ୟା ଓ ଲୋକଙ୍କ ବ୍ୟବହାର ଉପରେ ଅନଲକ ନିର୍ଭର କରୁଛି କହିଲେ ଡ଼ିଏମଇଟି। ଆଗକୁ ମଧ୍ୟ ଆହୁରି କମିବ ।
ପରିସ୍ଥିତିକୁ ଆକଳନ କରି ନିଆଯିବ ନିଷ୍ପତ୍ତି । ଏଦିଗରେ ବାରମ୍ବାର ସମୀକ୍ଷା ଚାଲିଛି। ଆମର ଜାତୀୟ ଟାକ୍ସ ଫୋର୍ସ ଓ ଏହାର ଗାଇଡ଼ ଲାଇନକୁ ଅନୁଶୀଳନ କରୁଛୁ। ଏହା ସହ ବିଭିନ୍ନ ବିଶ୍ବ ସ୍ତରୀୟ ସଂସ୍ଥା ଓ ଜାତୀୟ ସ୍ତରୀୟ ସଂସ୍ଥା ବିଶେଷଜ୍ଞମାନଙ୍କର ମତାମତ ନେଇ ଅନଲକ ପକ୍ରିୟା ଆରମ୍ଭ ହେବ। 5 କି 10 ପ୍ରତିଶତ ମାନଦଣ୍ଡ ରଖାଯିବ। ତାହା ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯିବ। ମାତ୍ର ଲୋକମାନେ ସମସ୍ତ ନିୟମ ପାଳନ କରନ୍ତୁ। ଅଯଥାରେ କର୍ଫ୍ୟୁ ସପ୍ତାହନ୍ତ ସଟଡାଉନ ଓ କଟକଣା ପାଇଁ ବାଧ୍ୟ କରନ୍ତୁ ନାହିଁ ବୋଲି କହିଛନ୍ତି ଡ଼ିଏମଇଟି ସିବିକେ ମହାନ୍ତି।
ସଂକ୍ରମିତଙ୍କ ସଂଖ୍ୟା ଓ ଲୋକଙ୍କ ବ୍ୟବହାର ଉପରେ ଅନଲକ ନିର୍ଭର କରୁଛି :ଡ଼ିଏମଇଟି ଅନ୍ୟପଟେ ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ, ଗତ ଦୁଇ ତିନି ଦିନ ହେବ ସଂକ୍ରମଣ ହାର କମୁଛି। 7 ଟି ଜିଲ୍ଲାରେ ଟେଷ୍ଟ ପଜିଟିଭି ରେଟ ଅଧିକ ରହୁଛି। ଯଦି ସରକାର ଅନଲକ ପ୍ରକ୍ରିୟାକୁ ଯିବେ । ତେବେ ଲୋକମାନେ କଟକଣାକୁ ମାନନ୍ତୁ। ନଚେତ ପୁଣି ଥରେ ସଂକ୍ରମଣ ବଢ଼ିପାରେ। ଅନ୍ୟ ରାଜ୍ୟରେ ଫେଜ ଭାବରେ ଲକଡାଉନର କଟକଣା କୋହଳ କରାଯାଇଛି। ଲୋକମାନେ ଯଦି ସହଯୋଗ କରିବେ । ତେବେ କଟକଣାର ଅବଶ୍ୟକତା ନାହିଁ। ବିଶେଷ କରି 7 ଜିଲ୍ଲାରେ କଟକଣା ରଖାଯିବାର ଆବଶ୍ୟକତା ରହିଛି। କରାଯାଇଥିବା ପରୀକ୍ଷଣ ଅନୁଯାୟୀ ବର୍ତ୍ତମାନ ଇନଫେକସନରେ ଭାଇରସ ରେଟ କମିଛି। ସିଟିଭ୍ୟାଲୁ ପୂର୍ବରୁ 14 ରୁ 15 ପ୍ରତିଶତ ରହୁଥିଲା ଏବେ 28 ପାଖାପାଖି ରହୁଛି ବୋଲି କହିଛନ୍ତି ଅଜୟ ପରିଡା।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ