ଓଡିଶା

odisha

By

Published : Dec 24, 2020, 1:26 PM IST

Updated : Dec 24, 2020, 2:27 PM IST

ETV Bharat / city

ନୂଆ ଷ୍ଟ୍ରେନ ନେଇ ଏମିତି ପ୍ରତିକ୍ରିୟା ରଖିଲେ ଡିଏମଇଟି ଓ ଆଇଏଲଏସ ନିର୍ଦ୍ଦେଶକ

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି । ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି ବୋଲି ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି । ।

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା
ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା

ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ ହ୍ରାସ ପାଉଥିବାବେଳେ ଏବେ ଚିନ୍ତା ବଢାଇଛି ବ୍ରିଟେନ ଫେରନ୍ତାଙ୍କ କ୍ଷେତ୍ରରେ ଚିହ୍ନଟ ହୋଇଥିବା କୋରୋନା ଭାଇରସର ନୂଆ ଷ୍ଟ୍ରେନ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ।

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା ରଖିଲେ ଡିଏମଇଟି ସିବିକେ ମହାନ୍ତି। ୟୁକେ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। ଷ୍ଟ୍ରେନ ସମ୍ପର୍କରେ ଅନୁଧ୍ୟାନ ଚାଲିଛି। ପୂର୍ବ କୋରୋନା ରୋଗୀଙ୍କ ଭଳି ଲକ୍ଷଣ ସମାନ ରହିଛି। ନୂଆ ଷ୍ଟ୍ରେନରେ ସଂକ୍ରମଣ ଆଶଙ୍କା ଅଧିକ ରହୁଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ବ୍ରିଟେନର ନୂଆ ଷ୍ଟ୍ରେନକୁ ନେଇ ପ୍ରତିକ୍ରିୟା

କିନ୍ତୁ ବ୍ରିଟେନର ପୂର୍ବ ତିନି ମାସର ସଂକ୍ରମଣ ହାର ଦେଖିଲେ ସେମିତି କିଛି ପ୍ରତିଫଳିତ ହେଉନି। କିନ୍ତୁ ଆମକୁ ସତର୍କ ରହିବାକୁ ପଡିବ ବୋଲି କହିଛନ୍ତି ଡିଏମଇଟି ।

ସରକାର ମଧ୍ୟ ଏସବୁ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି ଓ ମୁଖ୍ୟମନ୍ତ୍ରୀ ପ୍ରତିଦିନ ସମୀକ୍ଷା କରୁଛନ୍ତି। ବ୍ରିଟେନ ଫେରନ୍ତା ନିଜ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି। ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କ ଜେନେଟିକ ଆନାଲିସିସ ହେବ। ଏହି ବ୍ୟକ୍ତିଙ୍କ ଠାରେ ନୂଆ ଷ୍ଟ୍ରେନ ଅଛି କି ନାହିଁ ,ନଜାଣିଲା ପର୍ଯ୍ୟନ୍ତ କିଛି ଭୟଭୀତ ହେବାର ଆବଶ୍ୟକତା ନାହିଁ।

କିନ୍ତୁ ଏହାକୁ ଦ୍ଵିତୀୟ ୱେଭ କୁହାଯାଇପାରିବନି। ଏପରିକି ୟୁରୋପୀୟ ଦେଶ ଗୁଡିକୁ ଛାଡିଲେ ଅନ୍ୟ କୌଣସି ଦେଶରେ ଦ୍ଵିତୀୟ ୱେଭ କଥା ଦେଖାଯାଇନି। ଏହି ଷ୍ଟ୍ରେନ ଅଧିକ ସଂକ୍ରମିତ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଲାବ୍ରୋଟୋରିର ଆନାଲିସିସ ଓ ଫିଲ୍ଡର ସ୍ଥିତି ମଧ୍ୟରେ ବହୁ ଫରକ ରହିଛି।

ଅନ୍ୟପଟେ ବ୍ରିଟେନ ଫେରନ୍ତାଙ୍କୁ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ପ୍ରତିକ୍ରିୟା ଦେଇଛନ୍ତି । ବ୍ରିଟେନ ଫେରନ୍ତା ଆକ୍ରାନ୍ତଙ୍କ ଜିନ ଅନୁଶୀଳନ ହେବ। ବ୍ରିଟେନରୁ ଫେରି ଯିଏ ପଜେଟିଭ ହୋଇଥିବେ ତାଙ୍କର ଜିନମ ସିକ୍ୟୁଏନ୍ସିଙ୍ଗ କରାଯିବ।

ଏଥିପାଇଁ କେନ୍ଦ୍ର ସରକାର ଆଇଏଲଏସକୁ ଚିହ୍ନଟ କରିଛନ୍ତି। ବ୍ରିଟେନର ନୂଆ ଷ୍ଟ୍ରେନ ପିଜିଟିଭ ବ୍ୟକ୍ତିଙ୍କ ଦେହରେ ଅଛି ନା ନାହିଁ ଅନୁଶୀଳନ କରାଯିବ। ଏହି ନୂଆଷ୍ଟ୍ରେନ ଅଧିକ ମାତ୍ରାରେ ସଂକ୍ରମଣ କରିବାର କ୍ଷମତା ରଖୁଛି। ତେଣୁ ଅଧିକ ସଚେତନ ହୋଇ ନିୟମ ମାନିବାକୁ ପଡିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Dec 24, 2020, 2:27 PM IST

ABOUT THE AUTHOR

...view details