ଓଡିଶା

odisha

ETV Bharat / city

ଓମିକ୍ରନ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ, ଶୁକ୍ରବାର ଆସିବ ରିପୋର୍ଟ: DMET - ଓଡିଶା ଓମିକ୍ରନ ରିପୋର୍ଟ

ଓମିକ୍ରନକୁ(omicron) ନେଇ ଭୟଭୀତ ନହେବାକୁ କହିଲେ ଡିଏମଇଟି ଡାକ୍ତର ରମା ରମଣ ମହାନ୍ତି । ରାଜ୍ୟରେ ୨୪୬ ନମୁନା ଜିନମ ସିକ୍ୟୁଏନ୍ସି ଲାଗି ଯାଇଛି । ଶୁକ୍ରବାର ଜଣାପଡିବ ଏମାନଙ୍କ ମଧ୍ୟରୁ କିଏ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ

ଓମିକ୍ରନ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ, ଶୁକ୍ରବାର ଆସିବ ରିପୋର୍ଟ-DMET
ଓମିକ୍ରନ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ, ଶୁକ୍ରବାର ଆସିବ ରିପୋର୍ଟ-DMET

By

Published : Dec 7, 2021, 4:54 PM IST

Updated : Dec 7, 2021, 5:05 PM IST

ଭୁବନେଶ୍ବର: ଓମିକ୍ରନକୁ(omicron) ନେଇ ଭୟଭୀତ ନ ହେବାକୁ କହିଲେ ଡିଏମଇଟି ଡାକ୍ତର ରମା ରମଣ ମହାନ୍ତି । ରାଜ୍ୟରେ ୨୪୬ ନମୁନା ଜିନମ ସିକ୍ୟୁଏନ୍ସି ଲାଗି ଯାଇଛି । ଏ ସବୁ ବୁର୍ଲା, ମୟୂରଭଞ୍ଜ ସମେତ ବିଭିନ୍ନ କ୍ଳଷ୍ଟରରୁ ଆସିଥିବା ପଜିଟିଭ ନମୁନା । ଶୁକ୍ରବାର ଜଣାପଡିବ ଏମାନଙ୍କ ମଧ୍ୟରୁ କିଏ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି ।

ଓମିକ୍ରନ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ, ଶୁକ୍ରବାର ଆସିବ ରିପୋର୍ଟ-DMET

ସେ ଆହୁରି ମଧ୍ୟ କହିଛନ୍ତି ଯେ, 18 ବର୍ଷରୁ କମ ବୟସ୍କଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ପର୍ଯ୍ୟାୟରେ ଅଛି । ଯଦି ସେମାନଙ୍କୁ ଟିକା ଦିଆଯାଏ, ତେବେ ଆମେ 100 ପ୍ରତିଶତ ଜନସଂଖ୍ୟାକୁ ଟୀକାକରଣ କରିପାରିବୁ । ଅନ୍ୟପଟେ ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସତର୍କ କରାଯାଇଛି ଯେ, କୋରୋନା ଭୂତାଣୁ ବାରମ୍ବାର ତାର ରୂପ ବଦଳାଉଛି । ନିକଟରେ ଅଧିକ ସଂକ୍ରାମକ ‘ଓମିକ୍ରନ’ ଭୂତାଣୁ ଆମ ଦେଶରେ ମଧ୍ୟ ଚିହ୍ନଟ ହୋଇଛି। କୋରୋନା ପ୍ରତିରୋଧ ପାଇଁ ସୁରକ୍ଷା କବଚ ହେଉଛି ୨ ମିଟର ବ୍ୟବଧାନରେ ରହିବା, ସର୍ବଦା ସଠିକ ଭାବରେ ମାସ୍କ ବ୍ୟବହାର କରିବା, ନିୟମିତ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତକୁ ଭଲଭାବରେ ଧୋଇବା ।

ଏହାବି ପଢନ୍ତୁ: Omicron Scare: ଜିନୋମ ସିକ୍ବେନ୍ସିଂ ପାଇଁ ILSକୁ ଗଲା ୨୪୬ ନମୁନା

‘ଓମିକ୍ରନ’ ସଂକ୍ରମିତ ଦେଶରୁ ସଦ୍ୟ ଫେରିଥିବା କିମ୍ବା ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି କୋଭିଡ ନେଗେଟିଭ ଥିଲେ ମଧ୍ୟ ୭ ଦିନ ସଙ୍ଗରୋଧରେ ରହିବେ ଓ ଅଷ୍ଟମ ଦିନ RTPCR ପରୀକ୍ଷା କରାଇବା । ଲକ୍ଷଣ ଥାଇ ଯଦି ରିପୋର୍ଟ ନେଗେଟିଭ ଆସେ, ତେବେ ଆଉ ୭ ଦିନ ନିରୀକ୍ଷଣରେ ରହିବେ ବୋଲି ଡାକ୍ତର ରମା ରମଣ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Dec 7, 2021, 5:05 PM IST

ABOUT THE AUTHOR

...view details