ଭୁବନେଶ୍ବର: ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ପରେ ସଜାଗ ହେଲା ଓଡିଶା । ସବୁ ସୀମାନ୍ତ ଜିଲ୍ଲା ଗୁଡିକୁ ସଜାଗ କରାଇଲେ ରାଜ୍ୟ ସରକାର । ଭୟଭୀତ ନ ହେବାକୁ ପରାମର୍ଶ ଦେଲେ ଡିଏମଇଟି ରମାରମଣ ମହାନ୍ତି ।
ଡିଏମଇଟି କହିଛନ୍ତି ଭୟଭୀତ ନ ହୋଇ ମୁକାବିଲା କରିବାକୁ ପଡିବ । ବିମାନ ବନ୍ଦରରେ ବିଦେଶ ଫେରନ୍ତାଙ୍କ ଟେଷ୍ଟିଂ କରାଯାଉଛି। ଏଯାଏଁ ଓଡିଶାରେ କୌଣସି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି। ଆନ୍ଧ୍ରରେ ଓମିକ୍ରନ ବାହାରିବା ନେଇ ଆମ ପାଖରେ ଖବର ଅଛି। କ୍ଲଷ୍ଟରରୁ ପଜିଟିଭ ହେଉଥିବାରୁ ବିଦେଶ ଫେରନ୍ତାଙ୍କ ଜିନମ ସିକ୍ୟୁସେସିଂ କରାଯାଉଛି ।