ଓଡିଶା

odisha

ETV Bharat / city

ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ: ଡ଼ିଏମଇଟି - ରାଜ୍ୟରେ କୋରୋନା ସ୍ଥିତି

ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’। ଅଧିକ ପଢନ୍ତୁ...

ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ: ଡ଼ିଏମଇଟି
ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ: ଡ଼ିଏମଇଟି

By

Published : Apr 19, 2021, 2:17 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ସ୍ଥିତିକୁ ନେଇ ଡ଼ିଏମଇଟି ସିବିକେ ମହାନ୍ତିଙ୍କ ପ୍ରତିକ୍ରିୟା । ‘ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଭଲ ଅଛି । ତାମାନେ ନୁହେଁ ଆମେ ଏହାକୁ ଢିଲା ଛାଡ଼ିଦେବା । ଆଗାମୀ ଦିନରେ ସଂକ୍ରମଣ ସଂଖ୍ୟା ଆହୁରି ବଢିବ । ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର’। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବା ନେଇ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି ।

ଅନ୍ୟ ରାଜ୍ୟ ଅପେକ୍ଷା ଆମ ରାଜ୍ୟରେ ସ୍ଥିତି ଭଲ ଅଛି, କିନ୍ତୁ ଢିଲା ଛାଡ଼ିବା ଉଚିତ ନୁହେଁ: ଡ଼ିଏମଇଟି

ତେବେ କେବଳ ସରକାରଙ୍କର ଦାୟିତ୍ବ ନୁହେଁ ରୋଗୀଙ୍କୁ ଖୋଜିବା । ସାଧାରଣ ଲୋକମାନଙ୍କର ବି କିଛି ଦାୟିତ୍ବ ରହିବା ଦରକାର । ଲୋକାଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ବି ଯୋଗାଯୋଗ କରନ୍ତୁ ବୋଲି ସିବିକେ ମହାନ୍ତି କହିଛନ୍ତି । କୋଭିଡକୁ ନେଇ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି ।

ଏପଟେ ଦୈନିକ ସଂକ୍ରମଣ ଅଧିକ ବଢ଼ୁଥିବାରୁ ଦୈନିକ ଟେଷ୍ଟ ମଧ୍ୟ ବଢ଼ାଯିବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details